
ଭୁବନେଶ୍ୱର, 24 ମେ (ହି.ସ.)- ପୂର୍ବତନ
କେନ୍ଦ୍ରମନ୍ତ୍ରୀ କେ. ଜନ କୃଷ୍ଣମୂର୍ତ୍ତି ଜୀଙ୍କୁ ନମନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି
ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେଭି ସିଂହଦେଓ କହିଛନ୍ତି ଯେ, ବିଜେପିର ପୂର୍ବତନ
ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପୂଜ୍ୟ କେ. ଜନ କୃଷ୍ଣମୂର୍ତ୍ତି ଜୀଙ୍କ
ଜନ୍ମ ବାର୍ଷିକୀ ଅବସରରେ ତାଙ୍କ ଅମର ଆତ୍ମା ନିକଟରେ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ
କରୁଅଛି।
ଭାରତୀୟ ଜନସଂଘକୁ ମଜବୁତ ଏବଂ
ବିସ୍ତାର କରିବାରେ ସେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ସେବା ପାଇଁ ଦେଶ ଏବଂ ବିଜେପି ସର୍ବଦା କୃତଜ୍ଞ
ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା