
ପୁରୀ, ୨୪ ମଇ (ହି.ସ.)- ରବିବାର ଯୋଗୁଁ ସିଂହଦ୍ଵାରରେ ରହିଥିଲା ପ୍ରବଳ ଗହଳି | ଭକ୍ତମାନେ ଗୁଳୁଗୁଳି ଯୋଗୁଁ ହେଉଥିଲେ କଲବଲ | ଭୋର ଚାରିଟା ରୁ କର୍ଣ୍ଣାଟକର ଭକ୍ତ ତୁଳସୀ ପଟେଲ ସିଂହଦ୍ୱାରରେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଅପେକ୍ଷା କରିଥିଲେ | ମହାପ୍ରଭୁଙ୍କୁ ଦର୍ଶନ କଲେ ଜଳଖିଆ ଖାଇଥାନ୍ତେ | ଠିଆ ହୋଇଥିଲେ ହଠାତ ପଡିଗଲେ ଅଚେତ ହୋଇଗଲେ | ସୁରକ୍ଷା କର୍ମୀ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ | ଚିକିତ୍ସା ପରେ ମହିଳା ଭକ୍ତ ସୁସ୍ଥ ଅଛନ୍ତି | ସକାଳ ୫. ୩୮ ମି. ଦ୍ୱାର ଖୋଲିଥିଲା | ଦେଢ଼ ଘଣ୍ଟା ଠିଆହେବା ପରେ ମହିଳା ଭକ୍ତ ପଡିଯାଇଥିଲେ | ସିଂହଦ୍ୱାର ଠାରେ ପ୍ରବଳ ଠେଲାପେଲା ଦେଖିବାକୁ ମିଳିଥିଲା | ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ ହେଉଥିଲେ | ଅନେକ ଭକ୍ତ ଗରମ ଓ ଗୁଳୁଗୁଳି ଯୋଗୁଁ ଝାଳରେ ଗାଧୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା | ଏସି, ଫ୍ୟାନ, ଥଣ୍ଡା ପାଣି ବ୍ୟବସ୍ଥା ହୋଇ ନଥିବା ଦେଖିବାକୁ ମିଳିଥିଲା | ଭକ୍ତ ଅଚେତ ହେବା ପରେ ସିଂହଦ୍ୱାର ଥାନା ଆଇଆଇସି ପଣା ବାଣ୍ଟୁଥିବା ଦେଖିବାକୁ ମିଳିଥିଲା | ତ୍ୱରିତ ଭକ୍ତ ଦର୍ଶନ ପାଇଁ ଦାବୀ ହେଉଛି |
ହିନ୍ଦୁସ୍ଥାନ ସମାଚାର / ବିଜୟ