
ଭୁବନେଶ୍ୱର, 24 ମେ (ହି.ସ.)- ସୁନ୍ଦରଗଡରେ
ଶ୍ରାଦ୍ଧ ଭୋଜି ଖାଇ କିଛି ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି
ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି
ଯେ, ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ୍ ନୂଆଡିହି ଗ୍ରାମରେ ଶ୍ରାଦ୍ଧ ଭୋଜିରେ ଖାଦ୍ୟ ଗ୍ରହଣ ପରେ କିଛି ବ୍ୟକ୍ତିଙ୍କ ଅକାଳ ବିୟୋଗ ଘଟିବା ବିଷୟରେ ଜାଣି
ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଅମର ଆତ୍ମାର ସଦଗତି କାମନା
କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର
ସମବେଦନା ଜଣାଉଛି।ଏଥିସହ ଚିକିତ୍ସାଧୀନ ଥିବା ସମସ୍ତ ଆକ୍ରାନ୍ତଙ୍କ ଆଶୁ ଆରୋଗ୍ୟ କାମନା କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା