ଆସୋସିଏସନ ଅଫ ଟୁଇଟର ଆକ୍ଟିଭିଷ୍ଟର ୫ମ ବାର୍ଷିକ ସମ୍ମିଳନୀ
ଭୁବନେଶ୍ୱର, ୨୪ ମଇ (ହି.ସ)- ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ରବିବାର ଦିନ ଆସୋସିଏସନ ଅଫ ଟୁଇଟର ଆକ୍ଟିଭିଷ୍ଟର ୫ମ ବାର୍ଷିକ ସମ୍ମିଳନୀରେ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ। ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ ସାମାଜିକ ଗଣମାଧ୍ୟମ ବିଶେଷ କରି ଟୁଇଟରର ସଠିକ ବ୍ୟବହାର କରି ସାଧାରଣ
ij;hio


ଭୁବନେଶ୍ୱର, ୨୪ ମଇ (ହି.ସ)- ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ରବିବାର ଦିନ ଆସୋସିଏସନ ଅଫ ଟୁଇଟର ଆକ୍ଟିଭିଷ୍ଟର ୫ମ ବାର୍ଷିକ ସମ୍ମିଳନୀରେ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ।

ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ ସାମାଜିକ ଗଣମାଧ୍ୟମ ବିଶେଷ କରି ଟୁଇଟରର ସଠିକ ବ୍ୟବହାର କରି ସାଧାରଣ ଜନତାଙ୍କ ସ୍ୱର ସାଜି ସେମାନଙ୍କ ଆବଶ୍ୟକତା ପୂରଣ କରିବାରେ ଆପଣଙ୍କ ଯୋଗଦାନ ପ୍ରଶଂସନୀୟ।

ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଆପଣଙ୍କ ଏହି ପ୍ରୟାସକୁ ଗୁରୁତ୍ୱ ଦେବା ସହ ସେସବୁର ସମାଧାନ ପାଇଁ ଲୋକଙ୍କ ସରକାର ଗୁରୁତ୍ୱ ଦେଉଛନ୍ତି।ଏଭଳି ପ୍ରଭାସ ଏବଂ ଉଦ୍ୟମ ନିଶ୍ଚିତ ଭାବେ ଅନ୍ୟମାନଙ୍କ ପାଇଁ ପ୍ରେରଣା ଅଟେ, ଏଥିପାଇଁ ରାଜ୍ୟରେ ଥିବା ସମସ୍ତ ସ୍ୱେଚ୍ଛାସେବୀଙ୍କୁ ମୋର ସାଧୁବାଦ ଜଣାଉଛି। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତୃବୃନ୍ଦ, ସମାଜସେବୀ, ଯୁବସାଥୀ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande