୪ଶହ କିଗ୍ରା ଗଞ୍ଜେଇ ଜବତ ଜଣେ ଆନ୍ତରାଜ୍ୟ ମାଫିଆ ଗିରଫ
400 KG Ganja Seized one arrested by exsize
ଫୋଟ


କନ୍ଧମାଳ , ୨୫ ମଇ (ହି.ସ.) - ଫୁଲବାଣୀ ଅବକାରୀ ବିଭାଗ କୁ ମିଳିଛି ବିପୁଳ ସଫଳତା । ଅବକାରୀ ବିଭାଗ ସୂପରିଟେଣ୍ଡେଣ୍ଟ ସୁଶାନ୍ତ କୁମାର ପାଢ଼ୀ ଙ୍କ ନିର୍ଦେଶ କ୍ରମେ ଅବକାରୀ ଇନ୍ସପେକ୍ଟର ବିନୋଦ କୁମାର ବାସ୍କେ ଙ୍କ ନେତୃତ୍ୱ ରେ ଅବକାରୀ ସ୍କ୍ୱାର୍ଡ ଦଡକି ଛକ ରେ ଚଢାଉ କରି ଏକ ହାଇୱା ସମେତ ୪ଶହ କିଲୋ ଗଞ୍ଜେଇ ଜବତ କରିଛି । ଏଥି ସହ ବିହାର ଭୋଜପୂର୍ ଅଂଚଳ ର ବବ୍ରୁ ଯାଦବ ନକ୍ଷମକ ଜଣେ ଡ୍ରାଇଭରକୁ ଗିରଫ କରିଛି ଅବକାରୀ ବିଭାଗ । ଅବକାରୀ ବିଭାଗ ଅଧିକ୍ଷକ ସୁଶାନ୍ତ କୁମାର ପାଢ଼ୀ ଓ ଅବକାରୀ ଇନ୍ସପେକ୍ଟର ବିନୋଦ କୁମାର ବାସ୍କେଙ୍କ ନିଷ୍ଠାପର ଉଦ୍ୟମ,ଆନ୍ତରିକତା, କାର୍ଯ୍ୟ ଦକ୍ଷତା ଯୋଗୁଁ ଫୁଲବାଣୀ ସଦର ସମେତ ଜିଲାରେ ବେଆଇନ୍ ଗଞ୍ଜେଇ ଚାଷ ଓ ଚୋରା ଚାଲାଣ କୁ ରୋକା ଯାଇ ପାରିଥିବା ଦେଖିବାକୁ ମିଳିଛି । ନିୟମିତ ପେଟ୍ରୋଲିଂ ସାଂଗକୁ ଚଢାଉ ଯୋଗୁଁ ଗାଞ୍ଜେଇ ମାଫିଆଙ୍କ ମଧ୍ୟରେ ଭାୟ ସୃଷ୍ଟି ହୋଇଥିବା ଜଣାପଡିଛି । ଅନ୍ୟ ମାନଙ୍କ ମଧ୍ୟରେ ସମୀର ରଞ୍ଜନ ଭୋଇ, ସଦାଶିବ ରଣକ୍ଷ, ସଚିନ ଗୁରୁ, ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande