
ଭୁବନେଶ୍ୱର, ୨୫ ମଇ (ହି.ସ)- ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ-୨୦୨୬, ନବରଙ୍ଗପୁର ଜିଲ୍ଲାସ୍ତରୀୟ ଶିବିର ଦ୍ୱିତୀୟ ଦିବସରେ ତିନୋଟି ବର୍ଗ ଶିକ୍ଷା, ଜ୍ଞାନ ଓ ଦକ୍ଷତାକୁ ନେଇ ଆଗକୁ ବଢ଼ିବା ସହିତ ଏହା କାର୍ଯ୍ୟକର୍ତାଙ୍କ ମଧ୍ୟରେ ଉତ୍ସାହ, ଉଦ୍ୟମ ଓ ସହନଶୀଳତାକୁ ବୃଦ୍ଧି କରିଛି। ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ଶିବିରରେ ଯୋଗ ଦେବା ଅବସରରେ କହିଛନ୍ତି ପ୍ରଶିକ୍ଷଣ ଶିବିରର ଏହି ବର୍ଗ ଭାରତୀୟ ଜନତା ପାର୍ଟିର ପଦାଧିକାରୀ ଓ ବକ୍ତାଙ୍କ ବକ୍ତବ୍ୟକୁ ନେଇ ସଫଳ ହୋଇଛି। ନୂତନ ଜ୍ଞାନ, ଚିନ୍ତାଧାରା ଓ ଉଦାହରଣ ସମସ୍ତ କାର୍ଯ୍ୟକର୍ତାଙ୍କ ଭିତରେ ଏକ ଅଦୃଶ୍ୟ ଶକ୍ତି ଓ ସଂକଳ୍ପ ଜାଗ୍ରତ କରିଛି। ସମାଜର ଅନ୍ତିମ ଧାଡ଼ିରେ ଥିବା ବ୍ୟକ୍ତିଙ୍କୁ ବିକାଶର ମୁଖ୍ୟ ସ୍ରୋତକୁ ଆଣିବା ହିଁ ଭାରତୀୟ ଜନତା ପାର୍ଟିର ମୂଳ ଲକ୍ଷ୍ୟ ଏବଂ ଏହି ପ୍ରଶିକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ।
ଭାରତୀୟ ଜନତା ପାର୍ଟି ହେଉଛି ଏକମାତ୍ର ଦଳ, ଯେଉଁଠାରେ ନିଷ୍ଠାପର କାର୍ଯ୍ୟକର୍ତା ଗଢ଼ାଯାଆନ୍ତି। ସେମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦେଇ ଜନତାଙ୍କ ସେବା ଦିଗରେ ଅଗ୍ରସର କରାଯାଏ, ଯାହାଫଳରେ ସମାଜର ଶେଷ ସୀମାରେ ଥିବା ଲୋକଙ୍କ କଲ୍ୟାଣ ସାଧନ ହୋଇପାରିବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା