
ଗଞ୍ଜାମ, ୨୫ ମଇ (ହି.ସ.)- ସପ୍ତାହକ ମଧ୍ୟରେ ବ୍ରହ୍ମପୁର ପୁଲିସ ଦୁଇ ଦୁଇଟିଏନ୍କାଉଣ୍ଟର କରିଥିଲେ ମଧ୍ୟ ଅପରାଧୀ ମାନଙ୍କର ପୁଲିସ ପ୍ରତି ତିଳେମାତ୍ର ଭୟ ନଥିବା ଜଣାପଡ଼ିଛି। ଗତକାଲି ରାତି ନଅଟା଼ ସମୟରେ ପୁଣିଥରେ ବ୍ରହ୍ମପୁର ସହରର ହରିଡାଖଣ୍ଡି ଅମ୍ବିକା ନଗରରେ ଜଣେ ଯୁବକ ମଙ୍ଗୁଳୁ ବେହରାକୁ ଖଣ୍ଡାରେ ସଂଘଵଦ୍ଧ ଆକ୍ରମଣ ହୋଇଛି। ମଙ୍ଗଳୁକୁ ଵିଚ ରାସ୍ତାରେ ଦୁର୍ବୁତମାନେ ଖଣ୍ଡାରେ ଗୋଡାଇ ଗୋଡାଇ ଜାଣିଛନ୍ତି। ମଙ୍ଗଳୁର ମୁଣ୍ଡଗୋଡ ଓ ହାତରେ ଶକ୍ତ ଖଣ୍ଡାଚୋଟ ଲାଗିଛି। ଗୁରୁତର ଆହତ ଅବସ୍ଥାରେ ତାକୁ ବ୍ରହ୍ମପୁର ଵଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି। ବ୍ରହ୍ମପୁର ଏସପି ଡଃ. ସର୍ଵଣା ଵିଵେକ ଏମ ହସପିଟାଲ ଯାଇ ମଙ୍ଗଳୁର ସ୍ବାସ୍ଥ୍ୟ ଅବସ୍ଥା ନିରିକ୍ଷଣ କରିଛନ୍ତି। ଵଡ ଵଜାର ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି। ଘଟଣାରେ ଜଣେ ଯୁବକକୁ ପୁଲିସ ଅଟକ ରଖିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଛି।
ଅନ୍ୟପକ୍ଷରେ ଏହି ଘଟଣାରେ ପୁଲିସ ଜଗନ୍ନାଥ ସାହୁକୁ ମଧ୍ଧ ଏନକାଉଣ୍ଟର କରିଛି। ତା'ର ଦୁଇ ଗୋଡ଼ରେ ଗୁଳି ବାଜିଛି। ଜଗନ୍ନାଥକୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତି କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ