ବିଦ୍ୟୁତ୍ ବିଲ୍ ପୈଠ କରିବା ପାଇଁ ଲମ୍ବା ଧାଡି
କେନ୍ଦ୍ରାପଡା, ୨୫ ମଇ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ବିଦ୍ୟୁତ୍ ମୁଖ୍ୟ କାର୍ଯ୍ୟାଳୟରେ ଉପଭୋକ୍ତାମାନେ ବିଲ୍ ପୈଠ କରିବା ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଥିବା ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ, ବିଦ୍ୟୁତ୍ କାର୍ଯ୍ୟାଳୟ ପରିସରରେ ଥିବା କ
ବିଦ୍ୟୁତ୍ ବିଲ୍ ପୈଠ କରିବା ପାଇଁ ଲମ୍ବା ଧାଡି ।


କେନ୍ଦ୍ରାପଡା, ୨୫ ମଇ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ବିଦ୍ୟୁତ୍ ମୁଖ୍ୟ କାର୍ଯ୍ୟାଳୟରେ ଉପଭୋକ୍ତାମାନେ ବିଲ୍ ପୈଠ କରିବା ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଥିବା ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି ।

ଅଭିଯୋଗରୁ ପ୍ରକାଶ ଯେ, ବିଦ୍ୟୁତ୍ କାର୍ଯ୍ୟାଳୟ ପରିସରରେ ଥିବା କାଉଣ୍ଟରରେ ଦୁଇ ଜଣ କର୍ମଚାରୀ ଉପଭୋକ୍ତାଙ୍କ ଠାରୁ ବିଲ୍ ବାବଦ ଅର୍ଥ ଗ୍ରହଣ କରୁଥିଲେ । କିନ୍ତୁ ଦୀର୍ଘ ଏକମାସରୁ ଉର୍ଦ୍ଧ୍ୱ ହେବ ଟାଟା କମ୍ପାନୀ ପକ୍ଷରୁ ଜଣକୁ ଛଟେଇ କରିଦେଇଥିବାରୁ ଶହ ଶହ ଉପଭୋକ୍ତାମାନେ ଘଣ୍ଟା ଘଣ୍ଟା ଧରି ଛିଡା ହୋଇ ବିଲ୍ ପୈଠ କରୁଛନ୍ତି । ଯାହାଫଳରେ ବିଲ୍ ପୈଠ କରିବାକୁ ଯାଉଥିବା ଉପଭୋକ୍ତାମାନଙ୍କର ସମୟ ନଷ୍ଟ ହେଉଛି । ତୁରନ୍ତ ଏଠାରେ ଆଉ ଜଣଙ୍କୁ ନିଯୁକ୍ତି ଦେବାକୁ ସାଧାରଣରେ ଦାବୀ ହେଉଛି ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande