ଜନ୍ମଦିନରେ ପ୍ରାଣୀ ସୁରକ୍ଷା ଓ ପରିବେଶ ସଚେତନତା : ଗଛରେ ମାଟିପାତ୍ର ବାନ୍ଧିଲେ ଯୁବ ସମାଜସେବୀ ଅସୀମ
ବଲାଙ୍ଗିର, ୨୫ ମଇ (ହି.ସ.)- ଜନ୍ମ ଦିନକୁ କେବଳ ଆମୋଦ ପ୍ରମୋଦ ମଧ୍ୟରେ ସୀମିତ ନରଖି ପରିବେଶ ଓ ଜୀବଜନ୍ତୁଙ୍କ ସେବାରେ ଉତ୍ସର୍ଗ କରି ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ଯୁବ ସମାଜସେବୀ ଅସୀମ ଭୋଇ । ଜାତୀୟ ସ୍ତରୀୟ କରାଟେ ପ୍ରଶିକ୍ଷକ ତଥା ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମା
ଜନ୍ମଦିନରେ ପ୍ରାଣୀ ସୁରକ୍ଷା ଓ ପରିବେଶ ସଚେତନତା ଗଛରେ ମାଟିପାତ୍ର ବାନ୍ଧିଲେ ଯୁବ ସମାଜସେବୀ ଅସୀମ ଭୋଇ


ଜନ୍ମଦିନରେ ପ୍ରାଣୀ ସୁରକ୍ଷା ଓ ପରିବେଶ ସଚେତନତା ଗଛରେ ମାଟିପାତ୍ର ବାନ୍ଧିଲେ ଯୁବ ସମାଜସେବୀ ଅସୀମ ଭୋଇ


ବଲାଙ୍ଗିର, ୨୫ ମଇ (ହି.ସ.)- ଜନ୍ମ ଦିନକୁ କେବଳ ଆମୋଦ ପ୍ରମୋଦ ମଧ୍ୟରେ ସୀମିତ ନରଖି ପରିବେଶ ଓ ଜୀବଜନ୍ତୁଙ୍କ ସେବାରେ ଉତ୍ସର୍ଗ କରି ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ଯୁବ ସମାଜସେବୀ ଅସୀମ ଭୋଇ । ଜାତୀୟ ସ୍ତରୀୟ କରାଟେ ପ୍ରଶିକ୍ଷକ ତଥା ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ନିଜ ଜନ୍ମଦିନ ଅବସରରେ ପ୍ରାଣୀ ସୁରକ୍ଷା ଓ ପରିବେଶ ସଚେତନ ନେଇ ଏକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରିଛନ୍ତି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପକ୍ଷୀମାନଙ୍କର ଶୋଷ ମେଣ୍ଟାଇବା ପାଇଁ ସେ ବିଭିନ୍ନ ଶିକ୍ଷାନୁଷ୍ଠାନ ପରିସରରେ ଥିବା ଗଛ ଗୁଡିକରେ ମାଟିପାତ୍ର ଝୁଲାଇ ପାଣିର ବ୍ୟବସ୍ଥା କରିଛନ୍ତି । ଜନ୍ମ ଦିନ ପରି ଏକ ସ୍ମରଣୀୟ ଦିନକୁ ବୃକ୍ଷଲତା ଓ ପକ୍ଷୀମାନଙ୍କ ସେବାରେ ଲଗାଇଛନ୍ତି । ବିଭିନ୍ନ ସ୍କୁଲ ଓ ସରକାରୀ ଅଫିସ ପରିସରକୁ ଯାଇ ପକ୍ଷୀମାନଙ୍କ ପିଇବା ପାଣି ପାଇଁ ଗଛମାନଙ୍କରେ ସ୍ୱତନ୍ତ୍ର ମାଟିପାତ୍ର ବାନ୍ଧିଛନ୍ତି । ସମାଜରେ ପରିବେଶ ସନ୍ତୁଳନ ରକ୍ଷା କରିବା ଏବଂ ପକ୍ଷୀଙ୍କ ସୁରକ୍ଷା ଦିଗରେ ସମସ୍ତେ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଛନ୍ତି । ପରିବେଶ ଏବଂ ଜୀବଜନ୍ତୁଙ୍କ ସୁରକ୍ଷା ଆମ ସମସ୍ତଙ୍କର କର୍ତ୍ତବ୍ୟ । ଗ୍ରୀଷ୍ମ ଋତୁରେ ପକ୍ଷୀମାନେ ଯେପରି ପାଣି ପାଇଁ ବିକଳ ନ ହୁଅନ୍ତି, ସେଥିପାଇଁ ଏହା ଏକ କ୍ଷୁଦ୍ର ପ୍ରୟାସ ବୋଲି ଶ୍ରୀ ଭୋଇ କହିଛନ୍ତି । ଯୁବ ସମାଜସେବୀ ଅସୀମଙ୍କର ଏହି ମହତ କାର୍ଯ୍ୟ ପାଇଁ ଏସିଣ୍ଟେଣ୍ଟ କଲେକ୍ଟର ଜୟକୃଷ୍ଣ ପାଣିଗ୍ରାହୀ, ବଲାଙ୍ଗିର ବ୍ଲକ ଶିକ୍ଷା ଅଧିକାରୀ ନିଳମଣି ପଟେଲ, ଟାଉନ ବାଳିକା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନରେନ୍ଦ୍ର ମିଶ୍ର ଓ ଚିକଲ ୟୁଜିଏଚ୍ଏସ୍ ରାଜ କିଶୋର ପ୍ରଧାନ ଏବଂ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ତାଙ୍କୁ ଉଚ୍ଚ ପ୍ରଶଂସା କରାଯିବା ସହ ଜନ୍ମ ଦିନର ଶୁଭେଚ୍ଛା ଜ୍ଞାପନ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande