
ଭୁବନେଶ୍ୱର, ୨୫ ମଇ (ହି.ସ)- ବିଜେଡି ଛାଡ଼ିବା ପରେ ଦେବାଶିଷ ସାମନ୍ତରାୟ ଗଣମାଧ୍ୟମରେ ତାଙ୍କ ଇସ୍ତଫା ପଛର କାରଣ ପ୍ରକାଶ କରିଛନ୍ତି । ତାଙ୍କ ଇସ୍ତଫା ପାଇଁ ସେ ପାଣ୍ଡିଆନଙ୍କୁ ଦାୟୀ କରିଛନ୍ତି। ସେ କହିଛନ୍ତି ପାଣ୍ଡିଆନ ମୋତେ ନବୀନ ବାବୁଙ୍କ ସହ ଦେଖା କରାଇ ଦେଲେନି। ଭିକେ ପାଣ୍ଡିଆନ ନବୀନ ବାବୁଙ୍କ ଲୋକପ୍ରିୟତାକୁ ଜଳାଞ୍ଜଳି ଦେଇଦେଲେ । ନବୀନ ବାବୁଙ୍କୁ ହରେଇବା ଲୋକ ସିଏ, ତଥାପି ସେ ବୁଝି ପାରୁନାହାଁନ୍ତି। ନବୀନଙ୍କ ସହ ଭଲ ସମ୍ପର୍କ, ପାଣ୍ଡିଆନଙ୍କ କଥାରେ ମୋତେ ଦୂରେଇଦେଲେ। ନବୀନ ବାବୁ ସମ୍ପୂର୍ଣ୍ଣ ଭାବେ ପାଣ୍ଡିଆନଙ୍କ କଥାରେ ପରିଚାଳିତ।
ସେହିପରି ବିଜେଡି ଛାଡି ବିଜେପିରେ ମିଶିବା ପ୍ରଶ୍ନ ଉପରେ ପ୍ରତିକ୍ରିୟାେ ଦେଇ ସେ କହିଛନ୍ତି ନବୀନ ବାବୁ ବିଜେପି ହାତ ଧରି କ୍ୟାରିୟର ଆରମ୍ଭ କରିଥିଲେ। ବାଜପେୟୀ, ଆଡ଼ଭାନୀଙ୍କ ଯୋଗୁଁ ନବୀନ ସାଂସଦ ଓ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ମୁଁ ବିଜେପି ଗଲେ ଅସୁବିଧା କ’ଣ ? ବିଜେପି ରାଷ୍ଟ୍ରୀୟ ସଭାପତି ଯେବେ ନିଷ୍ପତି ନେବେ ବିଜେପିରେ ମିଶିବି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା