ଡୁଙ୍ଗୁରିପାଲି ଥାନା ପୋଲିସ ପକ୍ଷରୁ ବରିଷ୍ଠ ନାଗରିକଙ୍କ ପରିଚୟ ପତ୍ର ପ୍ରଦାନ ଉତ୍ସବ
ସୁବର୍ଣପୁର, ୨୫ ମଇ (ହି.ସ.)- ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ତଥା ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଡୁଙ୍ଗୁରିପାଲି ଥାନା ପୋଲିସ ପକ୍ଷରୁ ରବିବାର ବରିଷ୍ଠ ନାଗରିକଙ୍କ ପରିଚୟ ପତ୍ର ପ୍ରଦାନ ଉତ୍ସବ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି | କାର୍ଯ୍ୟକ୍ରମରେ ଡୁଙ୍ଗୁରିପାଲି ଥାନା ଅଧ
ଡୁଙ୍ଗୁରିପାଲି ଥାନା ପୋଲିସ ପକ୍ଷରୁ ବରିଷ୍ଠ ନାଗରିକଙ୍କ ପରିଚୟ ପତ୍ର ପ୍ରଦାନ ଉତ୍ସବ କାର୍ଯ୍ୟକ୍ରମ


ସୁବର୍ଣପୁର, ୨୫ ମଇ (ହି.ସ.)- ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ତଥା ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଡୁଙ୍ଗୁରିପାଲି ଥାନା ପୋଲିସ ପକ୍ଷରୁ ରବିବାର ବରିଷ୍ଠ ନାଗରିକଙ୍କ ପରିଚୟ ପତ୍ର ପ୍ରଦାନ ଉତ୍ସବ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି | କାର୍ଯ୍ୟକ୍ରମରେ ଡୁଙ୍ଗୁରିପାଲି ଥାନା ଅଧିକାରୀ ରୋଜାଲିନ ପଟେଲଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା | ଡୁଙ୍ଗୁରିପାଲି ଥାନା ଅଧିନରେ ଥିବା ବିଭିନ୍ନ ଗ୍ରାମର ବହୁ ସଂଖ୍ୟାରେ ବରିଷ୍ଠ ନାଗରିକବୃନ୍ଦ ଯୋଗଦେଇଥିଲେ |

ସଭାରେ ପ୍ରଥମେ ବରିଷ୍ଠ ନାଗରିକଙ୍କୁ ଥାନା ପୋଲିସ ପକ୍ଷରୁ ସ୍ୱାଗତ ଜଣାଇ ଥଣ୍ଡା ପାନୀୟ ଜଳ ଓ ଜଳଖିଆ ଦିଆଯାଇଥିଲା | ସଭା କାର୍ଯ୍ୟକ୍ରମକୁ ଏସଆଇ ଅମିତ କୁମାର ଧଳ ପରିଚାଳନା କରିଥିଲେ | ସଭାରେ ଥାନା ଅଧିକାରୀ ରୋଜାଲିନ ପଟେଲ, ବରିଷ୍ଠ ନାଗରିକଙ୍କୁ ସରକାରଙ୍କ ତରଫରୁ ଆସୁଥିବା ବିଭିନ୍ନ ଯୋଜନାର ସୁବିଧା ଓ ପରିଚୟ ପତ୍ର ପ୍ରଦାନ ଦ୍ଵାରା ମିଲୁଥିବା ଉପକାରିତା ବିଷୟରେ କହିବା ସହ ବସ୍ ପାସ୍, ବରିଷ୍ଠ ନାଗରିକମାନେ କ'ଣ ସବୁ କରିବେ ନାହିଁ ଓ ପୋଲିସ ପ୍ରଶାସନ ପକ୍ଷରୁ ୨୪ ଘଣ୍ଟିଆ ସେବା ଦେବା ଉପରେ ଅବଗତ କରାଇ ଉପସ୍ଥିତ ଥିବା ୨୯ ଜଣ ମହିଳା ଓ ପୁରୁଷଙ୍କୁ ବରିଷ୍ଠ ନାଗରିକ ପରିଚୟ ପତ୍ର ପ୍ରଦାନ କରିଥିଲେ | ବରିଷ୍ଠ ନାଗରିକମାନେ ନିଜ ନିଜର ମତ ପ୍ରକାଶ କରି ସରକାରଙ୍କ ଏପରି ପ୍ରୟାସକୁ ପ୍ରଶଂସା କରି ଉତ୍ସାହିତ ହୋଇଥିଲେ | ଶେଷରେ ଏସଆଇ ଏକାଦସିଆ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ |

ଏଏସଆଇ ବିନା ନାଗ, ଜ୍ୟୋତିରଞ୍ଜନ ମିଶ୍ର, ହାବିଲଦାର ସତ୍ୟନାରାୟଣ ମିଶ୍ର, ସମସ୍ତ ପୋଲିସ କର୍ମଚାରୀ ସଭାରେ ଉପସ୍ଥିତ ଥିଲେ |

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande