
କେନ୍ଦ୍ରାପଡା, ୨୫ ମଇ (ହି.ସ.)- ଚଣ୍ଡିଖୋଲ ଠାରୁ ପାରାଦୀପ ପର୍ଯ୍ୟନ୍ତ ୫୩ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ପ୍ରାୟ ସରିଥିବା ବେଳେ ପଂଚୁ ପାଣ୍ଡବ ଠାରୁ ଗୋପ ପର୍ଯ୍ୟନ୍ତ ରାସ୍ତା କଡରେ ଜାତୀୟ ରାଜପଥ ଉପରେ ମାଡି ଦୋକାନ ଗୃହ କରିଥିବା ଦୋକାନୀଙ୍କୁ ଉଠାଇବା ପାଇଁ ଜାତୀୟ ରାଜପଥ କାମ କରୁଥିବା ପିଏସ୍କେ କମ୍ପାନୀ ଅସୁବିଧାର ସମ୍ମୁଖୀନ ହେଉଥିବା ଏ ନେଇ ଜିଲ୍ଲାପାଳ ଆରକ୍ଷୀ ଅଧିକ୍ଷକ, ଉପଜିଲ୍ଲାପାଳ ଓ ତହସିଲଦାରଙ୍କ ନିକଟରେ ଅଭିଯୋଗ ହୋଇଛି ।
ଅଭିଯୋଗରୁ ପ୍ରକାଶ ଯେ, ସ୍ଥାନୀୟ ଅଂଚଳର କେତେକ ବାସିନ୍ଦା ଜାତୀୟ ରାଜପଥକୁ ମାଡି ବ୍ୟବସାୟ ପ୍ରତିଷ୍ଠାନ ଖୋଲିଥିବା ବେଳେ ଏହାକୁ ଉଚ୍ଛେଦ କରିବା ପାଇଁ ଡେରାବିଶ ତହସିଲ୍ ଓ କେନ୍ଦ୍ରାପଡା ତହସିଲ୍ ପକ୍ଷରୁ ବାରମ୍ବାର ମାଇକ୍ ଯୋଗେ ଦୋକାନ ଗୃହ ଉଠାଇବା ପାଇଁ ଅବଗତ କରାଇଥିଲେ ମଧ୍ୟ ବିଭିନ୍ନ ଆଳ ଦେଖାଇ ଏହି ଦୋକାନୀମାନେ ଉଚ୍ଛେଦ କରୁନାହାଁନ୍ତି । ଫଳରେ ବାଇପାସ୍ ରାସ୍ତା ଏବଂ ସାଇଡ୍ ରାସ୍ତା ଗୁଡିକ ସଂପ୍ରସାରଣୀରେ ଘୋର ଅସୁବିଧା ସୃଷ୍ଟି କରୁଛି । ତୁରନ୍ତ ଏହି ବ୍ୟବସାୟୀମାନଙ୍କୁ ଉଚ୍ଛେଦ କରିବା ପାଇଁ ସାଧାରଣରେ ଦାବୀ ହେଉଛି ।
ହିନ୍ଦୁସ୍ଥାନ ସମାଚାର / ରବି