କୋରାପୁଟରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର
ଜୟପୁର, ୨୫ ମଇ (ହି.ସ.)- କୋରାପୁଟ ସଦଭାବନା ସଭା ଗୃହରେ ଆଜି ଜ଼ିଲ୍ଲାସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଜ଼ିଲ୍ଲାପାଳ ମନୋଜ ସତ୍ଯୱାନ ମହାଜନ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା ମିଳିତ ଭାବେ ଅଭିଯୋଗ ଶୁଣାଣୀ କରିଥିଲେ। ଶିବିରରେ ମୋଟ୍ ୪୬ ଗୋଟି ଅଭିଯୋଗର ଶୁଣାଣି
କୋରାପୁଟରେ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ


ଜୟପୁର, ୨୫ ମଇ (ହି.ସ.)- କୋରାପୁଟ ସଦଭାବନା ସଭା ଗୃହରେ ଆଜି ଜ଼ିଲ୍ଲାସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଜ଼ିଲ୍ଲାପାଳ ମନୋଜ ସତ୍ଯୱାନ ମହାଜନ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା ମିଳିତ ଭାବେ ଅଭିଯୋଗ ଶୁଣାଣୀ କରିଥିଲେ।

ଶିବିରରେ ମୋଟ୍ ୪୬ ଗୋଟି ଅଭିଯୋଗର ଶୁଣାଣି ହୋଇଥିଲା, ଯେଉଁଥିରେ ୧୬ଟି ଗୋଷ୍ଠୀଗତ ଓ ୩୦ଟି ବ୍ୟକ୍ତିଗତ ଅଭିଯୋଗ ସାମିଲ ଥିଲା। ସେଥିମଧ୍ୟରୁ ୭ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା। ଅନ୍ୟ ଅଭିଯୋଗ ଗୁଡ଼ିକୁ ଯଥାଶୀଘ୍ର ସମାଧାନ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି।

ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାଏକ, ମୁଖ୍ୟ ଉନ୍ନୟନ ଅଧିକାରୀ ବେଣୁଧର ଶବରଙ୍କ ସମେତ ଜ଼ିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଶିବିର ଶେଷରେ ସ୍ୱୟଂ ସହାୟକ ଗୋଷ୍ଠୀକୁ ଚେକ୍ ପ୍ରଦାନ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande