ବ୍ରହ୍ମପୁର ରାସ୍ତା ଉପରେ ଯୁବକଙ୍କୁ ଆକ୍ରମଣ ଘଟଣାରେ ନବୀନଙ୍କ ଉଦବେଗ
ଭୁବନେଶ୍ୱର, ୨୫ ମେ (ହି.ସ)- ବ୍ରହ୍ମପୁର ବଡ଼ବଜାର ଅମ୍ବିକା ନଗରରେ ରାସ୍ତା ଉପରେ ଜଣେ ଯୁବକଙ୍କୁ ସର୍ବ ସମ୍ମୁଖରେ କଟୁରୀରେ ହାଣିବା ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ତଥା ଆଇନର ଶାସନ ବଜାୟ ରଖିବା ପାଇଁ ବଡ଼ ବଡ଼ ଭାଷଣ ଛା
eaweraq


ଭୁବନେଶ୍ୱର, ୨୫ ମେ (ହି.ସ)- ବ୍ରହ୍ମପୁର ବଡ଼ବଜାର ଅମ୍ବିକା ନଗରରେ ରାସ୍ତା ଉପରେ ଜଣେ ଯୁବକଙ୍କୁ ସର୍ବ ସମ୍ମୁଖରେ କଟୁରୀରେ ହାଣିବା ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ତଥା ଆଇନର ଶାସନ ବଜାୟ ରଖିବା ପାଇଁ ବଡ଼ ବଡ଼ ଭାଷଣ ଛାଡ଼ି ସରକାର ସଜାଗ ହୁଅନ୍ତୁ ନବୀନ ପରାମର୍ଶ ଦେଇଛନ୍ତି।

ସେେିଆଲ ମିଡିଆ ସାଇଟ୍ ଏକ୍ସରେ ଏକ ପୋଷ୍ଟରେ ନବୀନ ଲେଖିଛନ୍ତି - ବ୍ରହ୍ମପୁର ବଡ଼ବଜାର ସ୍ଥିତ ଅମ୍ବିକା ନଗରରେ ରାସ୍ତା ଉପରେ ସର୍ବସମ୍ମୁଖରେ ଜଣେ ଯୁବକଙ୍କୁ କଟୁରୀରେ ନିର୍ମମ ଭାବେ ଆକ୍ରମଣର ଦୃଶ୍ୟ ଅତ୍ୟନ୍ତ ବିଚଳିତ କରିବା ପରି।

ଏଇ କିଛି ଦିନ ତଳେ ବ୍ରହ୍ମପୁରରେ ଜଣେ ଯୁବକ ଓ ଯୁବତୀଙ୍କ ଉପରେ ହୋଇଥିବା ଅମାନୁଷିକ ଆକ୍ରମଣ ମନରୁ ନ ଲିଭୁଣୁ ପୁଣି ଏପରି ନାରକୀୟ କାଣ୍ଡ ଓଡ଼ିଶାବାସୀଙ୍କୁ ଆତଙ୍କିତ କରିଛି।

ସାରା ଓଡ଼ିଶାରେ ଗୁଣ୍ଡାରାଜ୍, ଚାରିଆଡ଼େ ଭୟର ବାତାବରଣ। ପୋଲିସ ଏନକାଉଂଟରର ଧମକ ଦେବା ପରେ ବି ଅପରାଧୀ ଭୟଶୂନ୍ୟ ହୋଇ ରାଜରାସ୍ତାରେ ଅପରାଧ ଘଟାଇବା ଶାସନ ବ୍ୟବସ୍ଥାର ଅପାରଗତାକୁ ଦର୍ଶାଉଛି। ସ୍ଥିତି ହାତରୁ ଖସିଯିବା ଆଗରୁ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ତଥା ଆଇନର ଶାସନ ବଜାୟ ରଖିବା ପାଇଁ ବଡ଼ ବଡ଼ ଭାଷଣ ଛାଡ଼ି ସରକାର ସଜାଗ ହୁଅନ୍ତୁ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande