ଗ୍ରାମାଞ୍ଚଳରେ ବେଧଡ଼କ ବିକ୍ରି ହେଉଛି ଅଣବ୍ରାଣ୍ଡେଡ୍ ମୃଦୁପାନୀୟ
ଜୟପୁର, ୨୫ ମଇ (ହି.ସ.)- କୋରାପୁଟ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ବଢିବାରେ ଲାଗିଛି ମୃଦୁ ପାନୀୟ ବିକ୍ରି । ନାମିଦାମୀ କମ୍ପାନୀ ସହ ୩୦ରୁ ଊର୍ଦ୍ଧ୍ୱ ନନବ୍ରାଣ୍ଡ କମ୍ପାନୀର ମୃଦୁ ପାନୀୟ ମିଳୁଛି । ପୂର୍ବ ଅପେକ୍ଷା ନନବ୍ରାଣ୍ଡ ମୃଦୁ ପାନୀୟ ଅଧିକ ବିକ୍ରି ହେଉଛି । ନାମୀଦାମୀ କମ୍ପାନୀ ଠାରୁ କମ୍
ଗ୍ରାମାଞ୍ଚଳରେ ବେଧଡ଼କ ବିକ୍ରି ହେଉଛି ଅଣବ୍ରାଣ୍ଡେଡ୍ ମୃଦୁପାନୀୟ


ଜୟପୁର, ୨୫ ମଇ (ହି.ସ.)- କୋରାପୁଟ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ବଢିବାରେ ଲାଗିଛି ମୃଦୁ ପାନୀୟ ବିକ୍ରି । ନାମିଦାମୀ କମ୍ପାନୀ ସହ ୩୦ରୁ ଊର୍ଦ୍ଧ୍ୱ ନନବ୍ରାଣ୍ଡ କମ୍ପାନୀର ମୃଦୁ ପାନୀୟ ମିଳୁଛି । ପୂର୍ବ ଅପେକ୍ଷା ନନବ୍ରାଣ୍ଡ ମୃଦୁ ପାନୀୟ ଅଧିକ ବିକ୍ରି ହେଉଛି । ନାମୀଦାମୀ କମ୍ପାନୀ ଠାରୁ କମ୍ ଦରରେ ମିଳୁଥିବାରୁ ଏହାକୁ ଅଧିକ ପସନ୍ଦ କରୁଛନ୍ତି ଗ୍ରାହକ । କୋରାପୁଟ ଜିଲ୍ଲାର ଜୟପୁର, ସିମିଳିଗୁଡା, ସୁନାବେଡା, ବୋରିଗୁମ୍ମା, କୋଟପାଡ଼ ମୁଖ୍ୟ ବଜାର ଅପେକ୍ଷା ଗ୍ରାମାଞ୍ଚଳରେ ସର୍ବାଧିକ ବିକ୍ରି ହେଉଛି । କିଛି ହୋଲସେଲ ବ୍ୟବସାୟୀ ଗାଁ ଗାଁ ବୁଲି ଦୋକାନ ଗୁଡିକରେ ଅଧିକ ଲାଭ ଆଶା ଦେଖାଇ ଦୋକାନରେ ନନବ୍ରାଣ୍ଡର ମୃଦୁ ପାନୀୟ ବିକ୍ରି କରୁଛନ୍ତି । କିନ୍ତୁ ଥଣ୍ଡା ପାନୀୟର ମାନ ପରୀକ୍ଷା ପାଇଁ ଖାଦ୍ୟ ସୁରକ୍ଷା ଅଧିକାରୀ ତରଫରୁ କୌଣସି ଦିନ ଜିଲ୍ଲାରେ ଯାଞ୍ଚ ହେଉନାହିଁ । ଯାହାର ସୁଯୋଗ ନେଇ ନାମୀଦାମୀ କମ୍ପାନୀ ଶହ ପ୍ରତିଯୋଗିତା କରୁଛନ୍ତି ନନବ୍ରାଣ୍ଡ ମୃଦୂ ପାନୀୟ ପ୍ରସ୍ତୁତ କରୁଥିବା କମ୍ପାନୀ ଓ ଖୁଚୁରା ବ୍ୟବସାୟୀ। ଗୋଟିଏ ବୋତଲ ପିଛା ୧୦ ଟଙ୍କାରେ ବିକ୍ରି କରୁଛନ୍ତି । ବେଧଡ଼କ ବିକ୍ରି ହେଉଛି

ଅଣବ୍ରାଣ୍ଡେଡ୍ ମୁଦୁପାନୀୟ। ଏହା ପିଇବା ଯୋଗ୍ୟ କି ନାହିଁ, ତାହାର ଯାଞ୍ଚ କରାଯାଉନି କି ଆଜି ପର୍ଯ୍ୟନ୍ତ ଗୋଟିଏ ଚଢ଼ଉ ହୋଇନାହିଁ । କେବଳ ମୁଦୁ ପାନୀୟ ନୁହେଁ, ନିମ୍ନମାନର ପାଣି ବିକ୍ରି ହେଉଛି ।

ସେହିପରି ଅବଧି ଶେଷ ହୋଇଥିବା ନାମୀଦାମୀ କମ୍ପାନୀର ମୃଦୁ ପାନୀୟ ମଧ୍ୟ ବିକ୍ରି ହେଉଛି । ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହୋଇଛି । ଦାମୀ କମ୍ପାନୀ ଦର ରହୁଛି ୨୦ରୁ ୨୫ ଟଙ୍କା । ଶସ୍ତାରେ ବିକ୍ରି ହେଉଥିବାରୁ ଦିନକୁ ଦିନ ନନବ୍ରାଣ୍ଡର ଚାହିଦା ବଢିବାରେ ଲାଗିଛି । ଏହାର ସୁଯୋଗ ନେଉଛନ୍ତି କୋରାପୁଟ ଜିଲ୍ଲା ସହ ଗ୍ରାମାଞ୍ଚଳର କିଛି ମୁନଫା ଖୋର ବ୍ୟବସାୟୀ । ଅଳ୍ପ ଟଙ୍କା ବିନିଯୋଗରେ ଘରେ ମୃଦୁ ପାନୀୟ ପ୍ରସ୍ତୁତ କରୁଛନ୍ତି । ବଜାରରେ ମେସିନ, ଷ୍ଟିକର ସହ ଅନ୍ୟାନ୍ୟ ସୁବିଧାରେ ମିଳିଯାଉଛି । ତେଣୁ ପ୍ରସ୍ତୁତ କର୍ତ୍ତାଙ୍କୁ ସମସ୍ୟା ହେଉନି । ଘରେ ପ୍ରସ୍ତୁତ କରି ଲୋଗୋ ଲଗାଇ ମୃଦୁ ପାନୀୟ ବଜାରକୁ ଛାଡୁଛନ୍ତି । କମ୍

ଦରରେ ମିଳୁଥିବାରୁ ଜିଲ୍ଲାର ୧୪ଟି ବ୍ଲକର ବିଭିନ୍ନ ଗାଁ ଗହଳିରେ ଅଧିକ ବିକ୍ରି ହେଉଛି । ଏହା ପିଇବା ଯୋଗ୍ୟ କି ନାହିଁ, ତାହାର ଯାଞ୍ଚ କରାଯାଉନି କି ଆଜି ପର୍ଯ୍ୟନ୍ତ ଗୋଟିଏ ଚଢ଼ଉ ହୋଇନାହିଁ । କେବଳ ମୃଦୁ ପାନୀୟ ନୁହେଁ, ନିମ୍ନମାନର ପାଣି ମଧ୍ୟ

ବିକ୍ରି ହେଉଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande