
ଭୁବନେଶ୍ୱର, ୨୫ ମଇ (ହି.ସ.)- ହିଟ୍ ୱେଭ୍ (ଗ୍ରୀଷ୍ମ ପ୍ରବାହ) ନେଇ ଆଗାମୀ ୫ ଦିନ ଅର୍ଥାତ୍ ଆଜି ଠାରୁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାକୁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।
୨୫ ତାରିଖ ହିଟ୍ ୱେଭ୍ ନେଇ ୩ ଜିଲ୍ଲା (ସମ୍ବଲପୁର, ବଲାଙ୍ଗିର, ବୌଦ୍ଧ)କୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ୪ ଜିଲ୍ଲା (ଝାରସୁଗୁଡ଼ା, ସୋନପୁର, ନୂଆପଡା, କଳାହାଣ୍ଡି)କୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ କନ୍ଧମାଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
୨୬ ତାରିଖ ହିଟ୍ ୱେଭ୍ ନେଇ ୩ ଜିଲ୍ଲା (ସମ୍ବଲପୁର, ବଲାଙ୍ଗିର, ବୌଦ୍ଧ)କୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ୪ ଜିଲ୍ଲା (ଝାରସୁଗୁଡ଼ା, ସୋନପୁର, ନୂଆପଡା, କଳାହାଣ୍ଡି)କୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ୨ ଜିଲ୍ଲା (କନ୍ଧମାଳ, ବରଗଡ଼)ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ଅନୁରୂପ ଭାବେ ୨୭ ତାରିଖ ହିଟ୍ ୱେଭ୍ ନେଇ ୩ ଜିଲ୍ଲା (ସମ୍ବଲପୁର, ବଲାଙ୍ଗିର, ବୌଦ୍ଧ)କୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ୪ ଜିଲ୍ଲା (ଝାରସୁଗୁଡ଼ା, ସୋନପୁର, ନୂଆପଡା, କଳାହାଣ୍ଡି)କୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ୨ ଜିଲ୍ଲା (କନ୍ଧମାଳ, ବରଗଡ଼)ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
୨୮ ତାରିଖ ହିଟ୍ ୱେଭ୍ ନେଇ ୩ ଜିଲ୍ଲା (ସମ୍ବଲପୁର, ବଲାଙ୍ଗିର, ବୌଦ୍ଧ)କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ୬ ଜିଲ୍ଲା (ଝାରସୁଗୁଡ଼ା, ବରଗଡ଼, ସୋନପୁର, କଳାହାଣ୍ଡି, ନୂଆପଡା, କନ୍ଧମାଳ)କୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
୨୯ ତାରିଖ ୫ ଜିଲ୍ଲା (ସମ୍ବଲପୁର, ଝାରସୁଗୁଡ଼ା, ବୌଦ୍ଧ, ସୋନପୁର, ବଲାଙ୍ଗିର) କୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୋମବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ