ଡାକ ବିଭାଗରେ ହିତାଧିକାରିଙ୍କ ଜମାଖାତାରୁ ୫୦ କୋଟି ଟଙ୍କା ହଡପ ଘଟଣା : ଅଭିଯୋଗ ଆସିଛି ତଦନ୍ତ ଚାଲିଛି- ସୁପରିଟେଣ୍ଡେଣ୍ଟ
ଜୟପୁର, ୨୫ ମଇ (ହି.ସ.)- ଅବିଭକ୍ତ କୋରାପୁଟ ଜିଲାରେ ଡାକ ବିଭାଗରେ ୫୦ କୋଟି ଟଙ୍କା ହଡପ ହୋଇଛି । ଏନେଇ ଗତକାଲି ଜୟପୁର ଠାରେ ଏକ ହୋଟେଲରେ ସାମ୍ବାଦିକ ସମ୍ମାଳନି କରି ବିଜେଡି ଗୁରୁତର ଅଭିଯୋଗ ଆଣିଥିଲା । ଏନେଇ ଆଜି ଡାକ ବିଭାଗର ବରିଷ୍ଠ ସୁପରିଟେଣ୍ଡେଣ୍ଟ ସତ୍ୟବାଦି ବିଶ୍ୱାଳ କହିଛନ୍ତି
ଡାକ ବିଭାଗ ରେ  ହିତାଧିକାରି ଙ୍କ ଜମାଖାତାରୁ  ୫୦ କୋଟି ଟଙ୍କା ହଡପ ଘଟଣା,   ଅଭିଯୋଗ  ଆସିଛି ତଦନ୍ତ ଚାଲିଛି, ସୁପରିଟେଣ୍ଟଣ୍ଟ


ଜୟପୁର, ୨୫ ମଇ (ହି.ସ.)- ଅବିଭକ୍ତ କୋରାପୁଟ ଜିଲାରେ ଡାକ ବିଭାଗରେ ୫୦ କୋଟି ଟଙ୍କା ହଡପ ହୋଇଛି । ଏନେଇ ଗତକାଲି ଜୟପୁର ଠାରେ ଏକ ହୋଟେଲରେ ସାମ୍ବାଦିକ ସମ୍ମାଳନି କରି ବିଜେଡି ଗୁରୁତର ଅଭିଯୋଗ ଆଣିଥିଲା । ଏନେଇ ଆଜି ଡାକ ବିଭାଗର ବରିଷ୍ଠ ସୁପରିଟେଣ୍ଡେଣ୍ଟ ସତ୍ୟବାଦି ବିଶ୍ୱାଳ କହିଛନ୍ତି ଅଭିଯୋଗ ଆସିଛି, ତଦନ୍ତ ଜାରି ରହିଛି । ଘଟଣାର ସତ୍ୟତା ରହିଛି କି ନାହିଁ, ୫୦ କୋଟି ଟଙ୍କାର ହଡପ ହୋଇଛି କି ନାହିଁ ତାହା ତଦନ୍ତ ପରେ ଜଣାପଡିବ । ନବରଙ୍ଗପୁର ଓ ଉମରକୋଟର ଇନସପେକ୍ଟର ତଦନ୍ତ କରୁଛନ୍ତି । ସେ ବର୍ତମାନ ନୂଆରେ ଦାୟିତ୍ୱ ନେଇଥିବା ବେଳେ ଆଗରୁ ଏପରି ଘଟଣା ଘଟିଛି । ତଦନ୍ତ ପରେ ଦୃଢ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଜି ଗଣମାଧ୍ୟମକୁ ସୂଚନା ଦେଇ ଘୋଟଲା ହୋଇଥିବା କଥାକୁ ମାନିଛନ୍ତି । ଆଜିର ସାମ୍ବାଦିକ ସମ୍ମିଳନିରେ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, ପୂର୍ବତନ ସାଂସଦ ପ୍ରଦିପ ମାଝୀ ଯୋଗଦେଇ ଡାକ ବିଭାଗରେ ଘୋଟାଲା ହୋଇଥିବାରୁ ସିବିଆଇ ତଦନ୍ତ ଦାବି କରାଯାଇଥିଲା । ଜୟପୁର ଡାକ ବିଭାଗ ଅଧିନରେ କୋରାପୁଟ, ନବରଙ୍ଗପୁର, ମାଲକାନଗିରି ସହ ରାୟଗଡା ଜିଲା ରହିଛି । ଏହି ଜିଲାରେ ଥିବା ଡାକ ବିଭାଗରେ ଗରିବ ଗୁରୁବା, ହିତାଧିକାରିଙ୍କ ଟଙ୍କା ଲୁଟ ହୋଇଛି । ଏକ ଆକଳନରୁ ଜଣାଯାଇଛି, ୫୦ କୋଟି ଟଙ୍କା ହଡପ କରାଯାଇଛି । ଡାକ ବିଭାଗରେ ଏମଏନଆରଜିଏସ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଭତ୍ତା, ପ୍ରଧାନମନ୍ତ୍ରୀ ଫସଲ ବିମା ଭଳି କେନ୍ଦ୍ର ଓ ରାଜ୍ୟ ସରକରାଙ୍କ ଜନ ହିତକର ଯୋଜନାର ଲାଭ ହିତାଧିକାରିଙ୍କ ଜମା ଖାତାକୁ ସିଧା ସଳଖ ଡିବିଟି ମାଧ୍ୟମରେ ଯାଏ । ନବରଙ୍ଗପୁର ଓ କୋରାପୁଟ ଜିଲାର କିଛି ଅସାଧୁ କର୍ମଚାରି ମିଳିତ ହୋଇ ୫୦ କୋଟି ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି । ନବରଙ୍ଗପୁର ଜିଲାର ଡାବୁଗାଁ, ଝରିଗାଁ ଓ କୋଡିଗାଁ ଡାକ ଘର ସହ ବିଭିନ୍ନ ଅଞ୍ଚଳରେ ସବ ପୋଷ୍ଟର ମାନେ ହଡପ କରିଥିବା ଅଭିଯୋଗ ହୋଇଛି । ୨୫ ହଜାର ଜମା ଖାତାରୁ ୫ ହଜାର ହଡପ ହୋଇଛି । ଗତ ୨୦୨୧-୨୨ ଠାରୁ ୨୦୨୬ ବର୍ଷ ମଧ୍ୟରେ ୫୦ କୋଟି ଟଙ୍କା ହଡପ କରାଯାଇଛି । କେୱାଇସି ପରିବର୍ତନ କରିବା ସହ ମିଥ୍ୟା ଅଙ୍ଗୁଠି ଛାପ ବ୍ୟବହାର କରି ଟଙ୍କା ହଡପ କରାଯାଇଛି । ପୋଷ୍ଟମାଷ୍ଟର ମାନେ ନିଜର ନାମରେ ଶତାଧିକ ଏକାଉଣ୍ଟ କରି ଟଙ୍କାକୁ ଟ୍ରାନ୍ସଫର କରିଛନ୍ତି । ଏହିପରି ଭାବରେ ଅନ୍ୟ ଡାକ ଘରେ ମଧ୍ୟ ଟଙ୍କା ହଡପ ହୋଇଥିବା ଅଭିଯୋଗ ହୋଇଛି । ଏହାର ତଦନ୍ତ କରିବାକୁ ବାର ବାର ଦାବୀ ହୋଇଥିଲେ ମଧ୍ୟ ଡାକ ବିଭାଗର ଅଧିକାରିମାନେ ନିରବ ରହୁଛନ୍ତି । ଜଣେ ପୋଷ୍ଟ ମାଷ୍ଟର ଦୋଷ ସ୍ଵୀକାର କରିଥିଲେ ବି କାର୍ଯ୍ୟ। ନୁଷ୍ଠାନ ନିଆଯାଉ ନାହିଁ । ଟଙ୍କା ହଡପ ଘଟଣାରେ ପଲ୍ଲୀରୁ ଦିଲ୍ଲୀ ଯାଏ ଥିବା ଅଧିକାରି ମାନେ ଜଡିତ ଥିବା ସ୍ପଷ୍ଟ ହୋଇଛି । କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ଏହି ଡାକ ବିଭାଗର ଏପରି ଟଙ୍କା ହଡପ ଘଟଣା ଆଶ୍ଚର୍ଯ୍ୟ ସୃଷ୍ଟି କରିଛି । ଆଇଡେଣ୍ଟିରେ ହେରଫେର ସିଷ୍ଟମରେ କେୱାଇସିରେ ବ୍ୟାପକ ପରିବର୍ତନ ଅନିୟମିତତା ମିଥ୍ୟା ଆଙ୍ଗୁଳି ଛାପ ବ୍ୟବହାର କରି ସ୍ପଷ୍ଟ ଦିବା ଲୋକରେ ଲୁଟ୍ କରାଯାଇଛି । ମନେରେଗା ଓ ଅନ୍ୟାନ୍ୟ ସରକାରୀ ଯୋଜନାର ହଡପ କରିଥିବା ତଥା ଦୁର୍ନତିରେ ଲିପ୍ତ ଥିବା ଅଧିକାରିଙ୍କ ବିରୋଧରେକାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରି ଗିରଫ କରିବା ସହ ସିବିଆଇ ତଦନ୍ତ ଦାବି କରାଯାଇଛି । ଯେଉଁ ହିତାଧିକାରିଙ୍କ ଟଙ୍କା ଲୁଟ ହୋଇଛି ସେମାନଙ୍କର ପ୍ରାପ୍ୟ ମଜୁରି ତୁରନ୍ତ ପ୍ରଦାନ କରାଯାଉ । ନଚେତ ଜୟପୁର ସ୍ଥିତ ମୁଖ୍ଯ ଡାକଘର ସହ ବିଏମଜି କାର୍ଯ୍ୟ।ଳୟ ଘେରାଉ କରିବା ସହ ଆଇନର ଆଶ୍ରୟ ନେବାକୁ ବିଜେଡି ନେତା ଚେତାବନୀ ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande