ନୂଆପଡ଼ାରେ ରବି ଧାନ ସୁଚାରୁ ଅଧିଗ୍ରହଣ ପାଇଁ ବୈଠକ
ନୂଆପଡ଼ା, ୨୫ ମେ (ହି.ସ.) - ନୂଆପଡ଼ା ଜ଼ିଲ୍ଲାରେ ରବି ଧାନର ସୁଚାରୁ ଅଧିଗ୍ରହଣ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲାରେ ଧାନ କ୍ରୟ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ସୁବ୍ୟବସ୍ଥିତ
Rabi dhan adhigrahan baithak


ନୂଆପଡ଼ା, ୨୫ ମେ (ହି.ସ.) - ନୂଆପଡ଼ା ଜ଼ିଲ୍ଲାରେ ରବି ଧାନର ସୁଚାରୁ ଅଧିଗ୍ରହଣ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲାରେ ଧାନ କ୍ରୟ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ସୁବ୍ୟବସ୍ଥିତ କରିବାକୁ ଗୁରୁତ୍ୱ ଦିଆଯାଇଥିଲା। ଜିଲ୍ଲାପାଳ ଓଡ଼ିଶାର ମଣ୍ଡିଗୁଡ଼ିକରେ ବାହାର ରାଜ୍ୟର ଧାନ ବିକ୍ରୟ କରୁଥିବା ଅସାଧୁ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । ଏପରି ଅବୈଧ କାର୍ଯ୍ୟକଳାପ ରୋକିବା ପାଇଁ ସୀମାନ୍ତ ଅଂଚଳରେ ପୋଲିସ, ଆରଏମସି ଓ ଯୋଗାଣ ବିଭାଗ ପକ୍ଷରୁ କଡ଼ା ଯାଂଚ ଜାରି ରହିଛି । ଜିଲ୍ଲାରେ ଧାନ କ୍ରୟ ପାଇଁ ୫୧ଟି ମଣ୍ଡି କାର୍ଯ୍ୟକ୍ଷମ ରହିଛି । ବାହାର ରାଜ୍ୟର ଧାନ ଜ଼ିଲ୍ଲା ମଣ୍ଡିରେ ବିକ୍ରୟ ସମ୍ବନ୍ଧୀୟ କୌଣସି ସୂଚନା ପ୍ରଦାନ କରିବାକୁ ପ୍ରଶାସନ ପକ୍ଷରୁ ସାଧାରଣ ଲୋକଙ୍କୁ ଅନୁରୋଧ କରାଯାଇଛିକ୍ଷ ସୂଚନାଦାତାଙ୍କ ନାମ ସଂପୂର୍ଣ୍ଣ ଗୋପନୀୟ ରଖାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଏହି ବୈଠକରେ ଯୋଗାଣ ଅଧିକାରୀ ତ୍ରିନାଥ ଭୋଇଙ୍କ ସହିତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ଉଲ୍ଲେଖନୀୟ ଯେ, ଯୋଗାଣ ବିଭାଗ ଏନଫୋର୍ସମେଂଟ ସ୍କ୍ୱାଡ ପକ୍ଷରୁ ଓଡ଼ିଶା-ଛତିଶଗଡ଼ ସୀମାର ଖୋଲନା ଚେକପୋଷ୍ଟ ନିକଟରେ ଏକ ଗାଡ଼ିରୁ ୩୩.୭୮ କ୍ୱିଂଟାଲ ଅବୈଧ ଧାନ ଜବତ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande