
ଭୁବନେଶ୍ୱର, ୨୫ ମଇ (ହି.ସ)- ବିଜେଡିରୁ ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ନେଇ ପୂର୍ବତନ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ସାମାଜିକ ଗଣମାଧ୍ୟରେ ପ୍ରତିକ୍ରିୟା ରଖିଛନ୍ତି। ସେ ଲେଖିଛନ୍ତି ଦେବାଶିଷ ଥାଉ ଥାଉ କଂଗ୍ରେସରୁ ଆମଦାନୀ ନେତାଙ୍କୁ ଦଳରେ ଗୁରୁତ୍ୱ ମିଳିଥିଲା । କଂଗ୍ରେସରୁ ଆମଦାନୀ ନେତାଙ୍କୁ ରାଜ୍ୟସଭାର ନେତା କରାଯାଇଥିଲା। ସେତେବେଳେ ରାଜା କ’ଣ ଜାଣି ନଥିଲେ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀମୟୀ। ସମ୍ଭବତଃ ସେତେବେଳର ନିଷ୍ପତି ବୋଧେ ଜଣେ ସାଧୁଙ୍କର ଥିଲା ବୋଲି କଟାକ୍ଷ କରିଛନ୍ତି ଶ୍ରୀମୟୀ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା