କନ୍ଧମାଳ ଜିଲ୍ଲା ଶୈଣ୍ଢିକ ସମାଜର ମହାସଭା ଓ ବାର୍ଷିକ ଉତ୍ସବ
କନ୍ଧମାଳ, ୨୫ ମଇ (ହି.ସ.)- କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ କେରେଡ଼ି ମା ଉମାଦେବୀ ମନ୍ଦିର ପ୍ରାଙ୍ଗଣରେ କନ୍ଧମାଳ ଜିଲ୍ଲାର ଶୈଣ୍ଢିକ ସମାଜର ମହାସଭା ସହ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l କେନ୍ଦ୍ର ସଭାପତି ଦେବଶ୍ଵର ବେହେରାଙ୍କ ଅଧ୍ୟକ୍ଷତାରେ ଏବଂ କେନ୍ଦ୍ର ସମ୍ପାଦକ ଶୁଶାନ୍ତ ବେହେର
ଫୋଟ ୨


ଫୋଟ


କନ୍ଧମାଳ, ୨୫ ମଇ (ହି.ସ.)- କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ କେରେଡ଼ି ମା ଉମାଦେବୀ ମନ୍ଦିର ପ୍ରାଙ୍ଗଣରେ କନ୍ଧମାଳ ଜିଲ୍ଲାର ଶୈଣ୍ଢିକ ସମାଜର ମହାସଭା ସହ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l କେନ୍ଦ୍ର ସଭାପତି ଦେବଶ୍ଵର ବେହେରାଙ୍କ ଅଧ୍ୟକ୍ଷତାରେ ଏବଂ କେନ୍ଦ୍ର ସମ୍ପାଦକ ଶୁଶାନ୍ତ ବେହେରାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ବାର୍ଷିକ ସମ୍ମିଳନୀ ତିନି ଦିନ ଧରି ଅନୁଷ୍ଠିତ ହୋଇଥିଲା l ସମ୍ମିଳନୀରେ ପ୍ରଥମ ଦିନରେ ସଭା ମଣ୍ଡପରୁ ବାହାରି ଖୋଳ ତାଳ କୀର୍ତ୍ତନ ସହ କଳସୀ ଯାତ୍ରା ଅନୁଷ୍ଠିତ ପରେ ପୁନର୍ବାର ସଭା ମଣ୍ଡପର ପୂଜା ମଣ୍ଡପରେ ସ୍ଥାପନ କରାଯାଇଥିଲା l ବୈଠକରେ ୪ ବର୍ଷ ପରେ ପ୍ରଥମେ ନୂତନ ଭାବେ ନିର୍ବାଚନ ଏବଂ ସମାଜର କର୍ମକର୍ତ୍ତା ନିଯୁକ୍ତି କରାଗଲା । ଜିଲ୍ଲା ଶୈଣ୍ଢିକ ସମାଜର ଦ୍ଵିତୀୟ ବୈଠକରେ ସାମାଜିକ ସମସ୍ୟା, ଶିକ୍ଷା, ସ୍ୱାସ୍ଥ୍ୟ, ନିଶା ନିବାରଣ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଯିବା ସହ ବରିଷ୍ଠ ଉପଦେଷ୍ଟା ମାନେ ସମାଜର ଶୃଙ୍ଖଳା ସହ ସମସ୍ତ ଶୈଣ୍ଢିକ ଜାତି ସଂସ୍କାରକୁ ଗୁରୁତ୍ୱ ଦେବା ସହ ନିଜ ପୁଅ ଝିଅକୁ ପାଠ ପଢ଼ାଇବାକୁ ଗୁରୁତ୍ୱ ଦେଇ ଉପଯୁକ୍ତ ଦାୟିତ୍ୱ ନିର୍ବାହ କରିବାକୁ ସଚେତନ କରିଥିଲେ l ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ୩୫ଟି ଗ୍ରାମଶାସନର ସଭାପତି ସମ୍ପାଦକ ପତ୍ର ବାହକ, ହଜାର ହଜାର ଶୈଣ୍ଡିକ ଜାତିର ଜନସାଧାରଣ ଯୋଗ ଦେଇଥିଲେ l ସମ୍ମିଳନିର ପରିଚାଳନା ଆୟୋଜକ କମିଟି ସଭାପତି ଦେବେଶ୍ଵର ବେହେରା ସମ୍ପାଦକ ଶୁଶାନ୍ତ ବେହେରାଙ୍କ ଉପସ୍ଥିତିରେ ସର୍ବ ସମ୍ମତି କ୍ରମେ ନୂତନ କର୍ମକର୍ତା ନିର୍ବାଚିତ କରାଯାଇଥିଲା l ସଭାପତି ରୂପେ ମହେଶ୍ୱର ସାହୁ, ଉପସଭାପତି ଭାବେ ମଳୟ କୁମାର ବେହେରା ଓ ବସନ୍ତ କୁମାର ସାହୁ, ସମ୍ପାଦକ ସୁଶାନ୍ତ କୁମାର ବେହେରା, ଯୁଗ୍ମ ସମ୍ପାଦକ ପ୍ରଭୁ ଚରଣ ପ୍ରଧାନ, କୋଷାଧ୍ୟକ୍ଷ ଶିବ ପ୍ରସାଦ ସାହୁ, ୧୨ ଜଣ ଉପଦେଷ୍ଟା ନିର୍ବାଚିତ ହୋଇଛନ୍ତି l

କେରେଡ଼ି ଜାତି ବୃନ୍ଦ ସହଯୋଗ ଏବଂ ଶୁଶାନ୍ତ ବେହେରା ପରିଚାଳନା କରିଥିବା ବେଳେ ଜିଲ୍ଲା ଶୈଣ୍ଢିକ ସମାଜର ଜିଲ୍ଲା ସଭାପତି ଭାବେ ମହେଶ୍ୱର ସାହୁଙ୍କୁ ନୂତନ ଭାବେ ସମାଜର ଦାଇତ୍ୱ ଗ୍ରହଣ କରିଥିଲେ l ଏଥି ସହିତ ଶୁଣ୍ଢୀ ସମାଜକୁ ସୁପରିଚାଳନା ନିମନ୍ତେ ୧୨ ଜଣ ଅଭିଜ୍ଞାତା ସମ୍ପନ୍ନ ତଥା ବରିଷ୍ଠ ଏବଂ କନିଷ୍ଠ କର୍ମକର୍ତାଙ୍କୁ ନେଇ ଉପଦେଷ୍ଟା ବଛାଯାଇଛି l

ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ରମେଶ ଚନ୍ଦ୍ର ପ୍ରଧାନ ଏବଂ ମନୋଜ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande