
ଭୁବନେଶ୍ୱର, 25 ମେ (ହି.ସ.)- ଭଜନ ସମ୍ରାଟ
ଭିକାରୀ ବଳଙ୍କୁ ତାଙ୍କ ଜୟନ୍ତୀ ଅବସରରେ ନମନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ
କହିଛନ୍ତି ଯେ, ଭକ୍ତି ସଙ୍ଗୀତର ଅନନ୍ୟ ସାଧକ ତଥା ଭଜନ ସମ୍ରାଟ ଭିକାରୀ ବଳଙ୍କ ଜୟନ୍ତୀରେ
ଭକ୍ତିପୂତ ପ୍ରଣାମ। ମହାପ୍ରଭୁଙ୍କ ଭକ୍ତିରସରେ ସିକ୍ତ ତାଙ୍କର କାଳଜୟୀ କଣ୍ଠସ୍ୱର ପ୍ରତିଟି
ଓଡ଼ିଆଙ୍କ ହୃଦୟରେ ସଦାସର୍ବଦା ଜୀବିତ ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା