
ଭୁବନେଶ୍ୱର, 25 ମେ (ହି.ସ.)- ସ୍ୱାଧୀନତା
ସଂଗ୍ରାମୀ ରାସ ବିହାରୀ ବୋଷଙ୍କ ଜୟନ୍ତୀରେ ତାଙ୍କୁ ନମନ କରିଛନ୍ତି କେନ୍ଦ୍ରମନ୍ତ୍ରୀ
ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଦୃଢ
ସାହସର ପ୍ରତୀକ, ମହାନ କ୍ରାନ୍ତିକାରୀ ରାସ ବିହାରୀ ବୋଷଙ୍କ ଜୟନ୍ତୀ ଅବସରରେ କୋଟି କୋଟି
ପ୍ରଣାମ ।
ଦେଶର ସ୍ୱାଧୀନତା ପାଇଁ
ରାସ ବିହାରୀ ବୋଷଙ୍କ ତ୍ୟାଗ ଓ ସାହସ ଅଦ୍ୱିତୀୟ ଅଟେ । ଆଜାଦ ହିନ୍ଦ ଫୌଜର ଭିତ୍ତି ରଖିବା ଓ
ପ୍ରବାସୀ ଭାରତୀୟଙ୍କୁ ଦେଶ କାର୍ଯ୍ୟରେ ଯୋଡିବାରେ ତାଙ୍କ ଯୋଗଦାନ ଅମୂଲ୍ୟ ଅଟେ । ତାଙ୍କ
ଅଖଣ୍ଡ ଦେଶଭକ୍ତି ଆଜି ବି ପ୍ରତି ଭାରତୀୟଙ୍କୁ ପ୍ରେରଣା ଦେଇଥାଏ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା