ପୋଲସରାରେ ୧୧ଟି ପ୍ୟାକ୍ସର ଭିତିପ୍ରସ୍ତର ସ୍ଥାପନ କଲେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ
ଭୁବନେଶ୍ୱର, ୨୫ ମଇ (ହି.ସ)- ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ତଥା ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୋମବାର ଦିନ ପୋଲସରା ନିର୍ବାଚନ ମଣ୍ଡଳୀର ଡେଙ୍ଗାପଦରଠାରେ ଆୟୋଜିତ ଏକ ମହତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ୧୧ଟି ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ)ର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହା
fegy4r5t


ଭୁବନେଶ୍ୱର, ୨୫ ମଇ (ହି.ସ)- ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ତଥା ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୋମବାର ଦିନ ପୋଲସରା ନିର୍ବାଚନ ମଣ୍ଡଳୀର ଡେଙ୍ଗାପଦରଠାରେ ଆୟୋଜିତ ଏକ ମହତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ୧୧ଟି ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ)ର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହାସହ ଏକାଧିକ ଅଙ୍ଗନୱାଡ଼ି କେନ୍ଦ୍ରର ମଧ୍ୟ ଉଦଘାଟନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ କୃଷକ ଭାଇଭଉଣୀମାନଙ୍କ ସଶକ୍ତିକରଣ ଏବଂ ଗ୍ରାମୀଣ ଅର୍ଥନୀତିର ବିକାଶ ପାଇଁ ଆମ ସରକାର ସଦା ପ୍ରତିବଦ୍ଧ। ଏହି ପିଏସିଏସ୍ କେନ୍ଦ୍ରଗୁଡ଼ିକ କୃଷକମାନଙ୍କୁ ସହଜରେ ଋଣ, ବୀଜ, ସାର ଓ ବିଭିନ୍ନ ସହାୟତା ପ୍ରଦାନ କରିବା ସହ ତାଙ୍କର ଆର୍ôଥକ ସ୍ଥିତିକୁ ଆହୁରି ସୁଦୃଢ଼ କରିବ। ସେହିପରି ନୂତନ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକ ଶିଶୁମାନଙ୍କ ପାଇଁ ଉନ୍ନତ ପରିବେଶ ଓ ସୁସ୍ଥ ଭବିଷ୍ୟତର ଭିତି ତିଆରି କରିବାରେ ସହାୟକ ହେବ। ଜନସେବା ହିଁ ଆମର ପ୍ରାଥମିକତା। ଗ୍ରାମ, କୃଷି ଓ ଶିଶୁଙ୍କ ଉନ୍ନତି ପାଇଁ ଆମେ ନିରନ୍ତର କାର୍ଯ୍ୟରତ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande