ଆଗଲପୁର ପଞ୍ଚାୟତ ସମିତିରେ ଜନ ଭାଗିଦାରୀ - ସବୁଠାରୁ ଦୂର, ସବୁଠାରୁ ପ୍ରଥମେ ର ସମାପନ ଉତ୍ସବ
ବଲାଙ୍ଗିର, ୨୫ ମଇ (ହି.ସ.)- ବଲାଙ୍ଗୀର ଜିଲ୍ଲା ଆଗଲପୁର ପଞ୍ଚାୟତ ସମିତି ବୈଠକ ଗୃହଠାରେ ଭାରତ ସରକାରଙ୍କ ବିଶେଷ ଜନଜାତି ସଚେତନତା ଅଭିଯାନ ଜନ ଭାଗିଦାରୀ - ସବୁଠାରୁ ଦୂର, ସବୁଠାରୁ ପ୍ରଥମେ ର ସମାପନ ଉତ୍ସବ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଦୂରଦୂରାନ୍ତ ଏବଂ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା
ଆଗଲପୁର ପଞ୍ଚାୟତ ସମିତି ରେ ଜନ ଭାଗିଦାରୀ - ସବୁଠାରୁ ଦୂର, ସବୁଠାରୁ ପ୍ରଥମେ ର ସମାପନ ଉତ୍ସବ


ଆଗଲପୁର ପଞ୍ଚାୟତ ସମିତି ରେ ଜନ ଭାଗିଦାରୀ - ସବୁଠାରୁ ଦୂର, ସବୁଠାରୁ ପ୍ରଥମେ ର ସମାପନ ଉତ୍ସବ


ଆଗଲପୁର ପଞ୍ଚାୟତ ସମିତି ରେ ଜନ ଭାଗିଦାରୀ - ସବୁଠାରୁ ଦୂର, ସବୁଠାରୁ ପ୍ରଥମେ ର ସମାପନ ଉତ୍ସବ


ଆଗଲପୁର ପଞ୍ଚାୟତ ସମିତି ରେ ଜନ ଭାଗିଦାରୀ - ସବୁଠାରୁ ଦୂର, ସବୁଠାରୁ ପ୍ରଥମେ ର ସମାପନ ଉତ୍ସବ


ଆଗଲପୁର ପଞ୍ଚାୟତ ସମିତି ରେ ଜନ ଭାଗିଦାରୀ - ସବୁଠାରୁ ଦୂର, ସବୁଠାରୁ ପ୍ରଥମେ ର ସମାପନ ଉତ୍ସବ


ବଲାଙ୍ଗିର, ୨୫ ମଇ (ହି.ସ.)- ବଲାଙ୍ଗୀର ଜିଲ୍ଲା ଆଗଲପୁର ପଞ୍ଚାୟତ ସମିତି ବୈଠକ ଗୃହଠାରେ ଭାରତ ସରକାରଙ୍କ ବିଶେଷ ଜନଜାତି ସଚେତନତା ଅଭିଯାନ ଜନ ଭାଗିଦାରୀ - ସବୁଠାରୁ ଦୂର, ସବୁଠାରୁ ପ୍ରଥମେ ର ସମାପନ ଉତ୍ସବ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଦୂରଦୂରାନ୍ତ ଏବଂ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଜନଜାତି ସମୁଦାୟର ସର୍ବାଙ୍ଗୀନ ବିକାଶ ଏବଂ ସେମାନଙ୍କ ନିକଟରେ ସରକାରୀ ଯୋଜନା ପହଞ୍ଚାଇବା ଲକ୍ଷ୍ୟରେ ଏହି ବିଶେଷ ଅଭିଯାନ ଆରମ୍ଭ କରାଯାଇଥିଲା।

ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାପନ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ତରଣୀ ସୁନା, ବଲାଙ୍ଗିର ଉପଜିଲ୍ଲାପଳ ଆଲୋକ କୁମାର ପଟେଲ, ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରତାପ ଚନ୍ଦ୍ର ମହାନ୍ତିଙ୍କ ସହ ଜିଲ୍ଲାର ସମସ୍ତ ମୁଖ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଏହି ଅବସରରେ ଜନଜାତି ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଏବଂ ଜୀବିକା ନିର୍ବାହର ସୁଯୋଗ ସୃଷ୍ଟି କରିବା ଉପରେ ବିସ୍ତୃତ ସମୀକ୍ଷା ଓ ଆଲୋଚନା କରାଯାଇଥିଲା।

ସ୍ଥାନୀୟ ଜନସାଧାରଣ ଓ ଜନପ୍ରତିନିଧିମାନଙ୍କ ସକ୍ରିୟ ସହଭାଗିତା ଯୋଗୁଁ ଏହି ଅଭିଯାନ କେବଳ ଏକ ସରକାରୀ କାର୍ଯ୍ୟକ୍ରମ ହୋଇରହିନାହିଁ, ବରଂ ଏକ ସଫଳ 'ଜନ ଆନ୍ଦୋଳନ'ର ରୂପ ନେଇଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶ କରାଯାଇଛି।

ଏହି ଅଭିଯାନକୁ ସଫଳ କରିବାରେ ଉଲ୍ଲେଖନୀୟ ଅବଦାନ ଦେଇଥିବା ସରକାରୀ କର୍ମଚାରୀ ଓ ସ୍ଥାନୀୟ ସ୍ବେଚ୍ଛାସେବୀମାନଙ୍କୁ ପ୍ରଶାସନ ତରଫରୁ ପ୍ରଶଂସା କରାଯାଇଥିଲା।

ତେବେ ଏହି ଅଭିଯାନ ଜିଲ୍ଲାପାଳଙ୍କ ଦ୍ବାରା ଉଦ୍ଘାଟିତ ହୋଇ ତା.୧୮.୦୫.୨୦୨୬ ରିଖ ଠାରୁ ୨୫.୦୫.୨୦୨୬ରିଖ ପର୍ଯ୍ୟନ୍ତ ସମସ୍ତ ଜାନଜାତି ବହୁଳ ଧରତି ଆବା ଗ୍ରାମ ଉତ୍କର୍ଷ ଅଭିଯାନ ଗ୍ରାମରେ ମହା ସମାରୋହରେ ପାଳିତ ହୋଇଯାଇଛି ।

ଏହି ଅଭିଯାନ ସମୟରେ ୧୬୫ଟି ସ୍ଥାନରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ୨୧,୭୯୯ ଜଣଙ୍କର ଚିକିତ୍ସା କରାଯାଇଥିଲା, ୨୧୮୦ ଜଣଙ୍କର ସିକିଲସେଲ ପରୀକ୍ଷା କରାଯାଇଥିଲା ଏବଂ ୬୨୦ ଜଣଙ୍କୁ ଯକ୍ଷ୍ମା ରୋଗର ଚିହ୍ନଟ କରାଯାଇଥିଲା । ସମୁଦାୟ ଜିଲ୍ଲାରେ ୬୪ ଜଣଙ୍କର ଆଧାର କାର୍ଡ, ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନାରେ ୨୮ ଜଣଙ୍କୁ ଅନ୍ତର୍ଭୁକ୍ତ, ୩୫୪ ଜଣଙ୍କୁ ଆୟୁଷ୍ମାନ ଭାରତ କାର୍ଡ, ୮ ଜଣଙ୍କୁ କିଷାନ ସମ୍ମାନନିଧି ଯୋଜନାରେ ସାମିଲ, ୭ ଜଣଙ୍କୁ କିଷାନ କ୍ରେଡିଟ କାର୍ଡ, ୧୩୧ ଜଣଙ୍କୁ ଭତ୍ତା ପ୍ରଦାନ, ୨୦୯ ଜଣଙ୍କୁ ରେସନ କାର୍ଡ, ୬୨ ଜଣଙ୍କୁ ପୋଷଣ ବାଟିକା ଓ ୬୦ ଜଣଙ୍କୁ ଜବ କାର୍ଡ ବଣ୍ଟନ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande