ରାଏପଡା-କୋଠିଢିହ ରାସ୍ତା କାର୍ଯ୍ୟର ଭିତିପ୍ରସ୍ତର ସ୍ଥାପନ କଲେ ଧର୍ମଶାଳା ବିଧାୟକ
ଧର୍ମଶାଳା,୨୫ ମେ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ମଙ୍ଗଳପୁର ପଂଚାୟତରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ହେବାକୁ ଯାଉଥିବା ରାଏପଡା-କୋଠିଢିହ ରାସ୍ତା କାର୍ଯ୍ୟର ଭିତି ପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଜି ଅପରାହ୍ନରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ମୁଖ୍ୟ ଅତିଥିଭ
ରାଏପଡା-କୋଠିଢିହ ରାସ୍ତା କାର୍ଯ୍ୟର ଭିତିପ୍ରସ୍ତର ସ୍ଥାପନ କଲେ ଧର୍ମଶାଳା ବିଧାୟକ


ଧର୍ମଶାଳା,୨୫ ମେ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ମଙ୍ଗଳପୁର ପଂଚାୟତରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ହେବାକୁ ଯାଉଥିବା ରାଏପଡା-କୋଠିଢିହ ରାସ୍ତା କାର୍ଯ୍ୟର ଭିତି ପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଜି ଅପରାହ୍ନରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଭିତିପ୍ରସ୍ତର ସ୍ଥାପନ କରି ଏହି ରାସ୍ତା କାର୍ଯ୍ୟର ଶୁଭାରମ୍ଭ କରିଥିଲେ । ଯାଜପୁର-୨ ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ସଡକ ଯୋଜନା ୨୦୨୫-୨୬ ଏହି ରାସ୍ତାର ଉନ୍ନତିକରଣ ଓ ପ୍ରଶସ୍ତିକରଣ କାର୍ଯ୍ୟ ପାଇଁ ୪କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ନିର୍ଦ୍ଧାରିତ ସମୟ ମଧ୍ୟରେ ଏହି ରାସ୍ତା ଶେଷ ହେବ ବୋଲି ବିଧାୟକ ଶ୍ରୀ ସାହୁ କହିଛନ୍ତି । ଶତାଧିକ ବିଜେପି ଯୁବ କର୍ମୀମାନେ ଏକ ବିଶାଳ ଶୋଭାଯାତ୍ରାରେ ପ୍ରଚ୍ଛୋଟି ଆଣି ଥିଲେ । କାର୍ଯ୍ୟକ୍ରମରେ ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣଯନ୍ତ୍ରୀ ରାଜେଶ୍ୱାରୀ ଭୋଳ,୧୪ ନଂ ଜୋନ ଜିଲା ପରିଷଦ ସଭ୍ୟ ଜଳଧର ମହାନ୍ତି,ମଙ୍ଗଳପୁର ସରପଂଚ ପ୍ରମୋଦ କୁମାର ଜେନା,୧୫ନଂ ଜୋନ ମଣ୍ଡଳ ସଭାପତି ଜଗଦୀଶ ନାୟକ,ମଙ୍ଗଳପୁର ପଂଚାୟତ ପ୍ରଭାରୀ ସୁଦର୍ଶନ ପଣ୍ଡା,ବରିଷ୍ଠ ନେତା କାହ୍ନୁଚରଣ ଦାଶ, ଯୁବନେତା ଶିବୁଲି ଧିରଙ୍କ ସମେତ ପଂଚାୟତର ଯୁବ ବିଜେପି କର୍ମ କର୍ତା ଓ ବରିଷ୍ଠ ନେତା ପ୍ରମୁଖ ଉପସ୍ଥିତ ରହିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande