ଡାକ କର୍ମଚାରୀ ସଂଘର ୩୧ତମ ରାଜ୍ୟ ସମ୍ମିଳନୀ ଉଦଯାପିତ
କେନ୍ଦ୍ରାପଡ଼ା, ୩୧ ମଇ(ହି.ସ.) – ତିନିଦିନ ଧରି ଚାଲିଥିବା ଅଖିଳ ଭାରତ ଡାକ କର୍ମଚାରୀ, ପୋଷ୍ଟମ୍ୟାନ ଓ ଏଟିଏମ୍ ସଂଘ ଓଡିଶା ପରିମଣ୍ଡଳର ୩୧ତମ ଦ୍ୱିବାର୍ଷିକ ସମ୍ମିଳନୀ କେନ୍ଦ୍ରାପଡ଼ା ସ୍ଥିତ ହୋଟେଲ ଗୌରୀ ଶଙ୍କର ଠାରେ ୩୧ ତାରିଖରେ ଉଦଯାପିତ ହୋଇଯାଇଛି। ଆଜିର ଖୋଲା ଅଧିବେଶନକୁ ସଂଘର ପୂର୍ବତନ ସର୍ବଭାର
ଡାକ କର୍ମଚାରୀ ସଂଘର ୩୧ତମ ରାଜ୍ୟ ସମ୍ମିଳନୀ ଉଦଯାପିତ


କେନ୍ଦ୍ରାପଡ଼ା, ୩୧ ମଇ(ହି.ସ.) – ତିନିଦିନ ଧରି ଚାଲିଥିବା ଅଖିଳ ଭାରତ ଡାକ କର୍ମଚାରୀ, ପୋଷ୍ଟମ୍ୟାନ ଓ ଏଟିଏମ୍ ସଂଘ ଓଡିଶା ପରିମଣ୍ଡଳର ୩୧ତମ ଦ୍ୱିବାର୍ଷିକ ସମ୍ମିଳନୀ କେନ୍ଦ୍ରାପଡ଼ା ସ୍ଥିତ ହୋଟେଲ ଗୌରୀ ଶଙ୍କର ଠାରେ ୩୧ ତାରିଖରେ ଉଦଯାପିତ ହୋଇଯାଇଛି। ଆଜିର ଖୋଲା ଅଧିବେଶନକୁ ସଂଘର ପୂର୍ବତନ ସର୍ବଭାରତୀୟ ସାଧାରଣ ସମ୍ପାଦକ ସାଥୀ ଦେବବ୍ରତ ମହାନ୍ତି ଉଦଘାଟନ କରିଥିବା ବେଳେ, ସଂଘର ବର୍ତମାନ ସର୍ବଭାରତୀୟ ସାଧାରଣ ସମ୍ପାଦକ ସାଥୀ ଆର୍ପି ଶାରଙ୍ଗ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ମୁଖ୍ୟ ଅତିଥିଭାବେ ଅଖିଳ ଭାରତ ଡାକ ଓ ରେଳ ଡାକସେବା ପେନସନଭୋଗୀ ସଂଘ ଓଡିଶା ଶାଖାର ସାଧାରଣ ସମ୍ପାଦକ ସାଥୀ ରବିନ୍ଦ୍ରନାଥ ଧଳ ଯୋଗ ଦେଇଥିବା ବେଳେ ବିଶେଷ ବକ୍ତା ଭାବରେ କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ, ଓଡ଼ିଶା ରାଜ୍ୟ ସମନ୍ୱୟ ସମିତିର ସାଧାରଣ ସମ୍ପାଦକ ସାଥୀ ବୃହସ୍ପତି ସାମଲ ଯୋଗଦେଇ ଥିଲେ। ଅନ୍ୟ ବକ୍ତାମାନଙ୍କ ମଧ୍ୟରେ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ସାଥୀ ଗୟାଧର ଧଳ, ସଂଘର ପୂର୍ବତନ ରାଜ୍ୟ ସଭାପତି ସାଥୀ ଜେଏନ୍ ମହାପାତ୍ର, ଅଖିଳ ଭାରତ ଡାକ ଲେଖା ସଂଘ ଓଡିଶା ଶାଖାର ସାଧାରଣ ସମ୍ପାଦକ ସାଥୀ ସୁବ୍ରତ କୁମାର ବେହେରା, ଅଖିଳ ଭାରତ ତୃତୀୟ ଶ୍ରେଣୀ ଡାକ କର୍ମଚାରୀ ସଂଘ, ଓଡ଼ିଶା ଶାଖାର ରାଜ୍ୟ ସହ ସମ୍ପାଦକ ସାଥୀ ପୂର୍ଣ୍ଣଚନ୍ଦ୍ର ମହାରଣା, ସମ୍ବଲପୁର ମଣ୍ଡଳର ତୃତୀୟ ଶ୍ରେଣୀ ସମ୍ପାଦକ ସାଥୀ ମହେଶ ସାହୁ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଏହି ଖୋଲା ଅଧିବେଶନରେ ଆଂଚଳିକ, ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଶ୍ରମିକ, କର୍ମଚାରୀ ଓ ପେନସନଭୋଗୀଙ୍କ ସହ ସାଧାରଣ ଜନତା ଉପରେ ହେଉଥିବା କ୍ରମାଗତ ଆକ୍ରମଣ ଉପରେ ଗଭୀର ଭାବରେ ଆଲୋଚନା ହୋଇଥିଲା। ବିଶେଷକରି, ଶ୍ରମିକ ଓ କର୍ମଚାରୀଙ୍କ ଉପରେ ଶ୍ରମ ସଂହିତାର ନକରାତ୍ମକ ପ୍ରଭାବ, ଅଷ୍ଟମ ବେତନ ଆୟୋଗର ନକାରାତ୍ମକ ସର୍ତାବଳୀ, ବିତ ଅଧିନିୟମ ୨୦୨୫ର କର୍ମଚାରୀଙ୍କ ବେତନ ଓ ପେନସନ ଉପରେ ପ୍ରଭାବ ତଥା ଡାକ ବିଭାଗ ସହ ବିଭିନ୍ନ ସରକାରୀ ସଂସ୍ଥାକୁ କେନ୍ଦ୍ର ସରକାରଙ୍କ ଘରୋଇକରଣ ମସୁଧା, ଅହେତୁକ ଦରଦାମ ବୃଦ୍ଧି, ମଧ୍ୟ ପ୍ରାଚ୍ୟ ଯୁଦ୍ଧରୁ ସୃଷ୍ଟି ସାମ୍ପ୍ରତିକ ପରିସ୍ଥିତି ଏବଂ ୱର୍କ ଫ୍ରମ୍ ହୋମ୍ ଭଳି ପ୍ରଧାନମନ୍ତ୍ରୀଙ୍କ ଅବାସ୍ତବ ଆହ୍ୱାନ ଉପରେ ଆଲୋଚନା ହୋଇ ଆଗାମୀ ଦିନରେ ଶ୍ରମିକ କର୍ମଚାରୀ ଓ ପେନସନଭୋଗୀଙ୍କ ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ବିଭିନ୍ନ ପ୍ରସ୍ତାବମାନ ଗ୍ରହଣ କରା ଯାଇଥିଲା।ସଂଘର ସଭାପତି ସାଥୀ ଏମ୍ସି ଏସ୍ ରାଓ ସଭା ପରିଚାଳନା କରିଥିବା ବେଳେ, ସମ୍ପାଦକ ସାଥୀ ରାଜୀବ କୁମାର ନାୟକ ଏବଂ ଅନ୍ୟ ସାଥିମାନେ ଖୋଲା ଅଧିବେଶନକୁ ସୁଚାରୁରୂପେ ପରିଚାଳନା କରିଥିଲେ।ଅଧିବେଶନ ଶେଷରେ ଆଗାମୀ ଦୁଇବର୍ଷ ପାଇଁ ସଭାପତି ଭାବେ ଏମ ସି ଏସ ରାଓ, କାର୍ୟ୍ୟକାରୀ ସଭାପତି ରାଜୀବ କୁମାର ନାୟକ, ଉପସଭାପତି ଯାଜ୍ଞସେନୀ ପାଣିଗ୍ରାହୀ, ସଞ୍ଜୟ କୁମାର ଜେନା, ଅରୁଣ କୁମାର ବେହେରା, ସମ୍ପାଦକ ରବୀନ୍ଦ୍ର ନାଥ ସାହୁ, କାର୍ୟ୍ୟକାରୀ ସମ୍ପାଦକ ସୁଦାମ ସାହୁ, ଯୁଗ୍ମ ସମ୍ପାଦକ ଅଜୟ କୁମାର ବାରିକ, ପବନ ପ୍ରଧାନ, କୈଳାଶ ଚନ୍ଦ୍ର ଜେଠି, ସଂଗଠନ ସର୍କଲ ସମ୍ପାଦକ ବିଜୟ କୁମାର ନାୟକ, ସୌଦାଗର ପରିଡା, ସୁଯ୍ୟକାନ୍ତ ସାମଲ,କୋଷାଧକ୍ଷ ଦିଲ୍ଲୀପ କୁମାର ସ୍ୱାଇଁ, ସହ କୋଷାଧକ୍ଷ ତ୍ରିନାଥ ସାହୁ ନିର୍ବାଚିତ ହୋଇଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande