
ଭଦ୍ରକ, ୩୧ ମଇ (ହି.ସ.) - ଚାନ୍ଦବାଲି ବ୍ଲକ ଅର୍ନ୍ତଗତ କରଣପଲ୍ଲୀ ପଂଚାୟତରେ ଶାସକ ଦଳର ଦୁଇ ଗୋଷ୍ଠୀ ଛକାପଞା ହୋଇ ବ୍ଲକ ପରିସରରେ ହାତାହାତି ହୋଇଥିବା ଜଣାଯାଇଛି। ପ୍ରାପ୍ତ ଖବରରୁ ଜଣାଯାଇଛି ଧାମରା ଅଂଚଳର ଜଣେ ପ୍ରୋଢ ନେତା ଗୁଡିଆ ବାବୁ ନିଜ ପଂଚାତରେ ଦବଦବା ନଥିବା ବେଳେ କରଣପଲ୍ଲୀ ପଂଚାୟତରେ ନିଜର ଦବଦବା ଦେଖାଇ ଆସୁଥିଲେ। ଚଳିତ ସପ୍ତାହରେ ବିଡିଓ ଙ୍କ ଉପସ୍ଥିତିରେ ସଂପୃକ୍ତ ଗୁଡିଆ ବାବୁ ଏହି ପଂଚାୟତ ଦାୟିତ୍ୱରେ ଥିବା କନିଷ୍ଠଯନ୍ତ୍ରୀ ଯଦୁନାଥ ଟୁଡୁଙ୍କ କାହିଁକି ବିଜେଡି ସରପଂଚଙ୍କୁ ପଂଚାୟତର କାର୍ଯ୍ୟ ଦିଆଗଲା ବୋଲି ଦିଆଗଲା ବୋଲି ପଚାରିବା ସହ ଖରାପ ବ୍ୟବହାର ପ୍ରଦର୍ଶନ କରିଥିଲେ। ଏହାକୁ ନେଇ ଚାନ୍ଦବାଲି ବିଡିଓ ସଂପୃକ୍ତ ଗୁଡିଆ , କନିଷ୍ଠଯନ୍ତ୍ରୀ ଏବଂ ବିଜେପି ଦଳର ଅନ୍ୟ ଏକ ଗୋଷ୍ଠୀଙ୍କୁ ଡକାଇ ନିଜ ଅଫିସରେ ଆପୋଷ ମିଳାମିଶା କରାଇ ଦେଇଥିଲେ। ମାତ୍ର କରଣପଲ୍ଲୀ ପଂଚାୟତର ଯୁବ ଗୋଷ୍ଠୀ ଙ୍କ ମଧ୍ୟରେ କନ୍ଦଳ ଲଗାଉଥିବା ଗୁଡିଆ ବାବୁ ନିଜର ହାକିମାତି ଦେଖାଇବାରୁ ସେହି ପଂଚାୟତର ବିଜେପି ଯୁବ ଗୋଷ୍ଠୀ ଚାନ୍ଦବାଲି ବ୍ଲକ ପରିସରରେ ଗୁଡିଆ ବାବୁଙ୍କୁ ଉତମ ମଧ୍ୟମ ଦେବାରେ ଅବହେଳା କରି ନଥିଲେ। ଏହି ସମୟରେ ନାଲଗୁଣ୍ଡା ପଂଚାୟତର ଜଣେ କ୍ଷମତାଶୀଳ ବାବୁ ଦୁଇ ଗୋଷ୍ଠୀଙ୍କୁ ବୁଝାସୁଝା କରି ବିଦା କରି ଦେଇଥିଲେ। ମାତ୍ର ସଂପୃକ୍ତ ଗୁଡିଆ ବାବୁ ନିଜ ପଂଚାୟତରେ ଓାର୍ଡ ମେମ୍ବର ଜିତାଇବାର କ୍ଷମତା ନଥିବା ବେଳେ ସେ କେବଳ କରଣପଲ୍ଲୀ ପଂଚାୟତ ଏବଂ ଅନ୍ୟ ପଂଚାୟତ ମାନଙ୍କରେ ନିଜ ଗୋଷ୍ଠୀ ମଧ୍ୟରେ କନ୍ଦଳ ଲଗାଇ ନିଜକୁ ସର୍ବେସର୍ବା ଭାବୁଥିବା ବେଳେ ନିଜର ଚରିତ୍ର ବଦଳାଇବାରେ ସକ୍ଷମ ହୋଇ ପାରୁ ନାହାନ୍ତି । ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ବିଜେପି ରାଜ୍ୟ ସଭାପତିଙ୍କ ନିର୍ବାଚନ ମଣ୍ଡଳୀ ହୋଇଥିବାରୁ ଏଥିପ୍ରତି ରାଜ୍ୟ ସଭାପତି ଯତ୍ନବାନ ହେବା ଜରୁରୀ ବୋଲି ଚର୍ଚା ଚାଲିଛି ନଚେତ ଢୋଲ ଭିତରେ ମୂଷା ଭଳି ସଂପୃକ୍ତ ଗୁଡିଆ ବାବୁ ନିଜର ଫାଇଦା ହାସଲ ପାଇଁ (କ୍ଷମତା ମୋହ)ଦଳର ସମସ୍ତ କାର୍ଯ୍ୟକର୍ତାଙ୍କୁ ବଳି ପକାଇବାରେ ଅବହେଳା କରୁ ନଥିବା ଜଣାଯାଇଛି।ବେଳ ଥାଉ ଥାଉ ଶାସକ ଦଳ ସାବଧାନ ହେବା ଜରୁରୀ ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
---------------
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ