ବାଇକ୍ ଦୁର୍ଘଟଣାରେ ଜଣେ ଗୁରୁତର
ଜୟପୁର, ୩୧ ମଇ (ହି.ସ.)- ଜୟପୁର ଟାଉନ ଥାନା ଅନ୍ତର୍ଗତ ଏଲଆଇସି ଅଫିସ ନିକଟରେ ଏକ ସଡକ ଦୁର୍ଘଟଣାରେ ଜଣେ ଗୁରୁତର ହୋଇଥିବା ଜଣାପଡିଛି। ଗୁରୁତର ବ୍ୟକ୍ତି ଜଣକ ହେଲେ ଏକମ୍ବା ଅଞ୍ଚଳର ଜଗଦୀଶ ପାଣିଗ୍ରାହୀ। ପୁଲିସ ସୂଚନା ଅନୁଯାୟୀ, ନିଜ କାମ ସାରି ବାଇକ୍ ଯୋଗେ ଘରକୁ ଫେରୁଥିବା ସମୟରେ ସ୍ଥାନୀୟ ଏଲଆ
୨ କାଜୁ ମିଲ ମାଲିକଙ୍କୁ ମାଡମିରା ସୁନା ଚେନ, ମୁଦି ଏବଂ ଟଙ୍କା ଲୁଟ


ଜୟପୁର, ୩୧ ମଇ (ହି.ସ.)- ଜୟପୁର ଟାଉନ ଥାନା ଅନ୍ତର୍ଗତ ଏଲଆଇସି ଅଫିସ ନିକଟରେ ଏକ ସଡକ ଦୁର୍ଘଟଣାରେ ଜଣେ ଗୁରୁତର ହୋଇଥିବା ଜଣାପଡିଛି। ଗୁରୁତର ବ୍ୟକ୍ତି ଜଣକ ହେଲେ ଏକମ୍ବା ଅଞ୍ଚଳର ଜଗଦୀଶ ପାଣିଗ୍ରାହୀ।

ପୁଲିସ ସୂଚନା ଅନୁଯାୟୀ, ନିଜ କାମ ସାରି ବାଇକ୍ ଯୋଗେ ଘରକୁ ଫେରୁଥିବା ସମୟରେ ସ୍ଥାନୀୟ ଏଲଆଇସି ଅଫିସ ନିକଟରେ ହଠାତ ସାମ୍ନା ପଟୁ ଦୃତ ଗତିରେ ଅନ୍ୟ ଏକ ବାଇକ୍ ଆସି ଧକ୍କା ଦେଇଥିଲା। ଫଳରେ ଜଗଦୀଶ ଛିଟିକି ପଡିଥିଲେ। ସ୍ଥାନୀୟ ଲୋକେ ପ୍ରଥମେ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିବା ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ନ ଆସିବାରୁ ଉଷା ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା କରିବା ପରେ ମୁଣ୍ତରେ ଗୁରୁତର ଆଘାତ ଲାଗିଥିବା ଯୋଗୁଁ ଡାକ୍ତର ବିଶାଖାପାଟଣା ସ୍ଥାନାନ୍ତର କରିବାକୁ କହିବା ପରେ ଜଗଦୀଶଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ମୁଣ୍ତର ଅସ୍ତ୍ରୋପଚାର କରିବା ସହ ଛାତିର ପିଞ୍ଜରା ହାଡ ଭାଙ୍ଗିଥିବା ଜଣାପଡିଛି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande