
ବଲାଙ୍ଗିର, ୩୧ ମଇ (ହି.ସ.)-ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ତରଫରୁ ବଲାଙ୍ଗୀର ସମଲେଇଶ୍ବରୀ ମଣ୍ଡଳର ଯୁବମୋର୍ଚ୍ଚା ସଭାପତି ଚୟନ କରାଯାଇଥିଲା। ଆଜି କଦମ ପଡା କମ୍ୟୁନିଟି ହଲ ଠାରେ ବଲାଙ୍ଗୀର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅମରଜିତ ପଟେଲଙ୍କ ଅଧ୍ୟକ୍ଷତାରେ ସମଲେଇଶ୍ବରୀ ମଣ୍ଡଳର ସଭାପତି ଲଳିତ ଶର୍ମାଙ୍କ ଉପସ୍ଥିତିରେ ସର୍ବସମ୍ମତି କ୍ରମେ ଚୂଡ଼ାମଣି ବାରିକଙ୍କୁ ସମଲେଇ ମଣ୍ଡଳର ଯୁବମୋର୍ଚ୍ଚା ସଭାପତି ରୂପେ ଚୟନ କରି ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଅମରଜିତ ପଟେଲ, ସମଲେଇଶ୍ବରୀ ମଣ୍ଡଳ ସଭାପତି ଲଳିତ ଶର୍ମା, ସୁନୀଲ ମିଶ୍ର, ସୁରେନ ପଣ୍ଡା, ସୁଧାଂଶୁ ବାରିକ, ଶତ୍ରୁଘ୍ନ ଖେତୀ, ମନୁ ଭୋଇ, ଉତ୍ତମ ନାଏକ, ନରେଶ ପ୍ରଧାନ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ