ବଡ଼ଭାଇ ନେଲା ସାନ ଭାଇର ଜୀବନ
ବଲାଙ୍ଗୀର, ୩୧ ମଇ(ହି.ସ.) – ମଦ ପିଇ ମାତାଲ ହୋଇ ଝଗଡ଼ା ହେବା ପରେ ବଡଭାଇ ନେଲା ସାନ ଭାଇର ଜୀବନ। ଏହି ଘଟଣା ଟିଟିଲାଗଡ ନେହେରୁ ନଗର ସ୍ଥିତ ୱାର୍ଡ ନମ୍ବର ପାଂଚର ହୋଇଥିବା ବେଳେ ଏହି ଘଟଣାକୁ ନେଇ ଏବେ ବେଶ୍ ଚର୍ଚ୍ଚା ହେଉଛି। ଟିଟିଲାଗଡ ନେହେରୁ ନଗର ସ୍ଥିତ ୱାର୍ଡ ନମ୍ବର ପାଞ୍ଚର ନିବାସୀ କପିଲ ଓ ତା
ବଡଭାଇ ନେଲା ସାନ ଭାଇର ଜୀବନ


ବଲାଙ୍ଗୀର, ୩୧ ମଇ(ହି.ସ.) – ମଦ ପିଇ ମାତାଲ ହୋଇ ଝଗଡ଼ା ହେବା ପରେ ବଡଭାଇ ନେଲା ସାନ ଭାଇର ଜୀବନ। ଏହି ଘଟଣା ଟିଟିଲାଗଡ ନେହେରୁ ନଗର ସ୍ଥିତ ୱାର୍ଡ ନମ୍ବର ପାଂଚର ହୋଇଥିବା ବେଳେ ଏହି ଘଟଣାକୁ ନେଇ ଏବେ ବେଶ୍ ଚର୍ଚ୍ଚା ହେଉଛି। ଟିଟିଲାଗଡ ନେହେରୁ ନଗର ସ୍ଥିତ ୱାର୍ଡ ନମ୍ବର ପାଞ୍ଚର ନିବାସୀ କପିଲ ଓ ତାଙ୍କ ସାବତ ମା ପୁଅ ଭାଇ ଜିତେନ ଆଜି ଦ୍ୱିପହର ସମୟରେ ଏକ ସ୍ଥାନରେ ଉଭୟେ ମଦ ପିଇଲେ। ମଦ ପିଇବା ଅବସ୍ଥାରେ ହିିଁ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଆଉ ସେହି ଝଗଡ଼ା ଯେଦେବେଳେ ଦୁଇ ଭାଇ ଘରକୁ ଆସିଲେ, ଉଗ୍ର ରୂପ ନେଇଥିଲା ଓ ବାଡ଼ିଆ ପିଟା ହୋଇଥିଲେ। ତେବେ ବଡ ଭାଇ କପିଲ ଜୋରରେ ସାନ ଭାଇ ଜିତେନକୁ ମାଡ ମାରିବା ସହ ଛୁରୀରେ ଆକ୍ରମଣ କରିବା ଫଳରେ ସେ ବେହୋସ ହୋଇ ଯାଇଥିଲେ। ନିଜେ ବଡ ଭାଇ କପିଲ ସାନ ଭାଇକୁ ଧରି ଟିଟିଲାଗଡ ସରକାରୀ ଡାକ୍ତରଖାନାକୁ ଆଣିଥିଲେ, ଡାକ୍ତର ଜିତେନକୁ ମୃତ ଘୋଷଣା କରିଛନ୍ତି। ଶବ ଗୃହରେ ଜିତେନଙ୍କ ମୃତଦେହକୁ ରଖା ଯାଇଥିବାବେଳେ ମାରିଥିବା ବଡ଼ ଭାଇ କପିଲକୁ ପୋଲିସ ନିଜ ହେପାଜତକୁ ନେଇ ପଚରାଉଚରା ଜାରି ରଖିଛି। ତେବେ ମଦ ନିଶାରେ ଦୁଇ ଭାଇଙ୍କ ଭିତରେ କୌଣସି କଥାକୁ ନେଇ ଯୁକ୍ତି ତର୍କ, କଥା କଟାକଟି ହୋଇ ମାରପିଟ ହେବା ପରେ ଶେଷରେ ବଡ ଭାଇ କପିଲର ହାତରେ ସାନ ଭାଇ ଜିତେନଙ୍କ ଜୀବନ ଚାଲିଯାଇଛି। ହତ୍ୟାର କାରଣ ନିଶା ଓ ରାଗ ବୋଲି ସହରରେ ଆଲୋଚନା ହେଉଛି।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande