ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ ଝାରସୁଗୁଡ଼ାର ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଅବସର ଗ୍ରହଣ
ଝାରସୁଗୁଡା, ୩୧ ମଇ (ହି.ସ.)- ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ ଝାରସୁଗୁଡ଼ାର ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ସାହୁ ଆଜି ନିଜର ଚାକିରି ଜୀବନରୁ ଅବସର ଗ୍ରହଣ କରିଛନ୍ତି। ୧୯୯୦ ମସିହାରେ ବଲାଙ୍ଗିର ଜିଲ୍ଲା ଲୋଇସିଂହା କଲେଜରେ ଉଦ୍ଭିଦ ଵିଜ୍ଞାନ ବିଭାଗରେ ଅଧ୍ୟାପନା ଆରମ୍ଭ କରି ପରବର୍ତୀ ସମୟରେ ସେହି କଲେଜ
Fairwell ceremony of principal


ଝାରସୁଗୁଡା, ୩୧ ମଇ (ହି.ସ.)- ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ ଝାରସୁଗୁଡ଼ାର ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ସାହୁ ଆଜି ନିଜର ଚାକିରି ଜୀବନରୁ ଅବସର ଗ୍ରହଣ କରିଛନ୍ତି। ୧୯୯୦ ମସିହାରେ ବଲାଙ୍ଗିର ଜିଲ୍ଲା ଲୋଇସିଂହା କଲେଜରେ ଉଦ୍ଭିଦ ଵିଜ୍ଞାନ ବିଭାଗରେ ଅଧ୍ୟାପନା ଆରମ୍ଭ କରି ପରବର୍ତୀ ସମୟରେ ସେହି କଲେଜରେ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିଲେ। ଗତବର୍ଷ ସେ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ ଭାବରେ ବଦଳି ହୋଇ ଆସିଥିଲେ। ଶ୍ରୀ ସାହୁ ଜଣେ ଦକ୍ଷ ଓ ଦୃଢ଼ମନା ଅଧ୍ୟକ୍ଷ ଭାବରେ ସୁନାମ ଅର୍ଜନ କରିଛନ୍ତି। ଆଜି ବରିଷ୍ଠ ପ୍ରାଧ୍ୟାପକ ତଥା ଷ୍ଟାଫ କାଉନସିଲ ଅଧ୍ୟକ୍ଷ ବ୍ରଜେଶ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ପ୍ରାଧ୍ୟାପକ ତପନ କୁମାର ବାରିକ, ପ୍ରାଧ୍ୟାପିକା ଡ. ସ୍ଵର୍ଣ୍ଣମୟୀ ପୁରୋହିତ, ଡ. ଗୀତାରାଣୀ ଦୀକ୍ଷିତ, ଡ. ଲାଲଧାରୀ ସିଂ, ଅଧ୍ୟାପକ ଭାରତ ଭବେଶ ପତି, ଅଧ୍ୟାପକ ବିଜେନ୍ଦ୍ର ଜ୍ୟୋତିଷ, ଅଧ୍ୟାପକ ତପନ ସାହୁ, ଅଧ୍ୟାପିକା ପରିସୀମା ଭୋଇ, ଜଗଦୀଶ ପଟେଲ ପ୍ରମୁଖ ଶ୍ରୀ ସାହୁଙ୍କ ଅବଦନ ଉପରେ ଆଲୋଚନା କରିଥିଲେ।

ସନ୍ଧ୍ୟାରେ ପୂର୍ବତନ ନଗରପାଳ ତାପସ ରାୟ ଚୌଧୁରୀ, ପୁରାତନ ଛାତ୍ର ସଂଘର ସଭାପତି ତଥା ପୂର୍ବତନ ଅଧ୍ୟକ୍ଷ ନରେନ୍ଦ୍ର କୁମାର ପଣ୍ଡା, ସମ୍ପାଦକ ଡ. ସରୋଜ କୁଅଁର, ଅବସର ପ୍ରାପ୍ତ ପ୍ରାଧ୍ୟାପକ ନରସିଂହ ପାଣିଗ୍ରାହୀ, ଅଖିଳ ସିଂ ପ୍ରମୁଖ ସମ୍ବର୍ଧନା ଜ୍ଞାପନ କରିଥଲେ। ଶ୍ରୀ ସାହୁ ବରିଷ୍ଠ ରସାୟନ ଵିଭାଗର ପ୍ରାଧ୍ୟାପିକା ଡ. ଗୀତାରାଣୀ ଦୀକ୍ଷିତଙ୍କୁ ଅଧ୍ୟକ୍ଷ ଦାୟିତ୍ବ ହସ୍ତାନ୍ତର କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande