


ଫୁଲବାଣୀ ଲ୍ୟାମ୍ପସେସ୍ ର ୫୦ ବର୍ଷ ପୁର୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତକନ୍ଧମାଳ , ୩୧ ମଇ (ହି.ସ.) - ଫୁଲବାଣୀ ଲ୍ୟାମ୍ପସେସ୍ ର ୫୦ ବର୍ଷ ପୁର୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଅବସରେ, ବିଭିନ୍ନ ଜନ ମଙ୍ଗଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ଏହି ଅବସରରେ ଫୁଲବାଣୀ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ଭାର ଆୟୋଜନ କରାଯାଇଥିଲା ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି, ଉପସ୍ଥିତ ଲ୍ୟାମ୍ପସେସ୍ ର ସମସ୍ତ ଚାଷୀଙ୍କ ଉଦ୍ଦେଶ୍ୟରେ, କନ୍ଧମାଳ ଜିଲ୍ଲା ର ମାଟି ଅତି ଉର୍ବର ଓ ପ୍ରାକୃତିକ ସାର ରେ ଭରପୂର ଅଟେ, ତେଣୁ ଆମ ଜିଲ୍ଲା ର ମାଟିରେ ଉତ୍ପାଦନ ହେଉଥିବା ବିନ୍ସ, ଫୁଲ କୋବି, ବାଇଗଣ ଆଦି ପରିବା ର ସମଗ୍ର ରାଜ୍ୟରେ ଯଥେଷ୍ଟ ଚାହିଦା ରହିଛି। କନ୍ଧମାଳର ହଳଦୀ ମଧ୍ୟ ଭାରତ ଓ ଭାରତ ବାହାରେ ମଧ୍ୟ ପ୍ରସିଦ୍ଧି ଲାଭ କରିଛି।ଏହି ପରିପ୍ରେକ୍ଷିରେ ଆମ ଜିଲ୍ଲା ର ଚାଷିମାନଙ୍କୁ ନିଜର ଚାଷ ଜାରି ରଖିବା ସହ ଯଥା ସମ୍ଭବ ମାଟିର ଉର୍ବରତା କୁ ବଜାୟ ରଖିବା ପାଇଁ ଯତ୍ନବାନ୍ ହେବା ଆବଶ୍ୟକ ବୋଲି କହିଥିଲେ। ଏଥି ସହିତ ଜିଲ୍ଲାରେ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ଉଦ୍ୟୋଗୀ ମାନେ ଆଗେଇ ଆସିବା ଆବଶ୍ୟକ ବୋଲି କହିଛନ୍ତି। କାର୍ଯ୍ୟକ୍ରମରେ ଲ୍ୟାମ୍ପସେସ୍ ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭୀମସେନ ସାହୂ ନିଜର ପ୍ରାରମ୍ଭିକ ସୂଚନା ଦେଇ, ଫୁଲବାଣୀ ଲ୍ୟାମ୍ପସେସ୍ ୧୯୭୬ ମସିହାରେ ଗୋଟିଏ ଛୋଟ ଚାଳ ଛପର ଘରେ ମାତ୍ର ୫୧ ଜଣ ଚାଷୀଙ୍କୁ ନେଇ ଆରମ୍ଭ ହୋଇ, ଆଜି ୬୨୭୬ ଜଣ ସଭ୍ୟ ସଂଖ୍ୟା ରେ ପହଂଚିଛି। ଏଥି ସହିତ ପରିଚାଳନା ନିର୍ଦ୍ଦେଶକଙ୍କ ପ୍ରଚେଷ୍ଟା ରେ ଅନେକ ନିଜସ୍ୱ ଦୋକାନ ଗୃହ ନିର୍ମାଣ କରାଯାଇଛି। ଯାହାର ବାର୍ଷିକ ଆୟ ୮ ଲକ୍ଷ ଟଙ୍କା ଅଟେ ।ଏହା ସମେତ ତୁଡିପାଜୁ ଠାରେ ଏକ ସରକାରୀ ଅନୁଦାନପ୍ରାପ୍ତ ଯାଗାରେ ଆଉ ଏକ କାର୍ଯ୍ୟାଳୟର ଗୃହ ନିର୍ମାଣ ପାଇଁ ଶିଳାନ୍ୟାସ ସରିଛି। ଏହାର ଶ୍ରେୟ ସେ ଜିଲ୍ଲା ପ୍ରଶାସନ ଓ ଲ୍ୟାମ୍ପସେସ୍ ର ସଦସ୍ୟ ମାନଙ୍କୁ ଦେଇଥିଲେ। ଏହି ଅବସରରେ ଅନ୍ୟତମ ଅତିଥି ଭାବେ ଡିଆରସିଏସ୍ ସନ୍ତୋଷ କୁମାର ଦାସ,ଏଆରସିଏସ୍ ଫୁଲବାଣୀ ଲଳିତ ମାଝୀ, ବାଲିଗୁଡା ସୁକାନ୍ତ ପାଢ଼ୀ,ଏଆରସିଏସ୍ ବରଗଡ ପାଣୁଚରଣ ସାହୁ,ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କର ସଭାପତି ଅରୁଣ କୁମାର ପ୍ରଧାନ,ଫୁଲବାଣୀ ଲ୍ୟାମ୍ପସେସ୍ ର ସଭାପତି ଚକ୍ରଧର ମଲ୍ଲିକ ପ୍ରମୁଖ ଯୋଗ ଦେଇ ସେମାନଙ୍କ ବକ୍ତବ୍ୟ ରଖିଥିଲେ ।ଏହି ଅବସରରେ ଫୁଲବାଣୀ ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କର ଶାଖା ପରିଚାଳକ କ୍ଷିରୋଦ କୁମାର ମିଶ୍ର, କାର୍ଯ୍ୟକ୍ରମର ସଂଚାଳନ କରୁଥିବା ସାମ୍ବାଦିକ ଅଶୋକ କୁମାର ମହାନ୍ତି ଓ ପ୍ରଶାନ୍ତ କୁମାର ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଲ୍ୟାମ୍ପସେସ୍ର ସୁବର୍ଣ୍ଣ ଜୟନ୍ତୀ ର ଫଳକକୁ ଉନ୍ମୋଚିତ ହୋଇଥିଲା । କାର୍ଯ୍ୟକ୍ରମରେ ହାଉସ୍ ବିଲ୍ଡିଂ ସମ୍ପାଦକ ଅଯୋଧ୍ୟା ମହାନ୍ତି,କର୍ମଚାରୀ ବିଷ୍ଣୁ ପ୍ରଧାନ,ଘୁ.ଉଦୟଗିରି ଲ୍ୟାମ୍ପସେସ୍ ର ସଭାପତି ଜମ୍ବେଷ ପ୍ରଧାନ, ବାଲିଗୁଡା ମଦନ ସାହୁ,ବୌଦ୍ଧ ର ସତ୍ୟଜିତ୍ କର,ସଞ୍ଜିବ୍ ପ୍ରଧାନ ଲୁଣିବାହାଲ,ପ୍ରଦୀପ ଅମାତ ପୁରୁଣା କଟକ, ଦେବାଶିଷ ମିଶ୍ର ଖୁଂଟବନ୍ଧ, ପ୍ରମୁଖ ଯୋଗ ଦେଇଥିଲେ। ୩ ଜଣ ଚାଷିମାନଙ୍କୁ ଟ୍ରଫି ଓ ପାୱାର ଟିଲର ରୁଣ ଆକାରରେ ପ୍ରଦାନ କରାଗଲା। ଏହି ଅବସରରେ ଫୁଲବାଣୀ ବ୍ଲକର ସାତାଙ୍ଗଜାରଗି ରେ ଏକ ସ୍ୱାସ୍ଥ୍ୟ ଶିବିର ଓ ଡିଆରସିଏସ୍ ଅଫିସରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ