
ବଲାଙ୍ଗିର, ୩୧ ମେ (ହି.ସ.) - ସ୍ଥାନୀୟ ମିଶନ ଶକ୍ତି ଭବନ ବଲାଙ୍ଗୀର ଠାରେ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ଏବଂ ଭାରତ ମୁକ୍ତି ମୋର୍ଚ୍ଚା ବାମସେଫ ତରଫରୁ ଏକ ଦିବସିୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହାକୁ ନବସେତୁ ପତ୍ରିକା ଏବଂ ଅନ୍ୟ ସହଯୋଗୀ ସଂଗଠନ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଭାବେ ମାନନୀୟ ଇଂ ବେଲାର ସିଂ ଭୋଇ, ସଭାପତି କୁଲତା ସମାଜ ବଲାଙ୍ଗୀର, ଆନନ୍ଦ ପଧାନ ଓବିସି ମଂଚ ବଲାଙ୍ଗିର ଭରତ ଚନ୍ଦ୍ର ସିଂ ସଭାପତି ବାମସେଫ ଓଡ଼ିଶା, ରୀନା ସିଂ ସଭାନେତ୍ରୀ ଭାରତ ମୁକ୍ତି ମୋର୍ଚ୍ଚା ଓଡ଼ିଶା, ପୁର୍ଣ୍ଣଚନ୍ଦ୍ର ବିଶ୍ୱାଳ ନବସେତୁ, ଅଚ୍ୟୁତ କୁମ୍ଭାର ପ୍ରମୁଖ ଉପସ୍ଥିତ ପ୍ରଶିକ୍ଷାର୍ଥୀଙ୍କୁ ତାଲିମ ପ୍ରଦାନ କରିଥିଲେ ଏବଂ ଜିଲ୍ଲା କାର୍ଯ୍ୟକାରିଣୀ କମିଟି ମଧ୍ୟ ଗଠନ କରାଯାଇଥିଲା। ଏତଦ୍ ବ୍ୟତୀତ ବହୁଜନ ମୁକ୍ତି ପାର୍ଟି ବଲାଙ୍ଗୀର ତରଫରୁ ଡିଜେଲ ଓ ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଏକ ଅଟୋ କୁ ପ୍ରତିବାଦର ନମୁନା ଭାବେ ଦେ ଧକ୍କା କାର୍ଯ୍ୟକ୍ରମ ସଭାପତି ସରୋଜ କୁମାର ମେଶ୍ୱାଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା। ଏଥିରେ ବଲାଙ୍ଗୀର ଜିଲ୍ଲାର ଶତାଧିକ ପ୍ରଶିକ୍ଷାର୍ଥୀ ଯୋଗଦାନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ