
ଭୁବନେଶ୍ୱର, ୩୧ ମଇ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । କେନ୍ଦୁଝର ଜିଲ୍ଲାର ଯୋଡାରେ ସର୍ବାଧିକ ୮୦.୪ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି ଭଦ୍ରକ ଜିଲ୍ଲାର ତିହିଡ଼ିରେ ୭୬.୦ ମି.ମି., ବରଗଡ଼ ଜିଲ୍ଲାର ଅତାବିରାରେ ୭୩.୦ ମି.ମି., ଝାରବନ୍ଧରେ ୭୩,୦ ମି.ମି., ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆରେ ୭୩.୦ ମି.ମି., ବାଲେଶ୍ୱର ଜିଲ୍ଲାର ଭୋଗରାଇରେ ୫୮.୦ ମି.ମି., ସମ୍ବଲପୁର ଜିଲ୍ଲାର ସମ୍ବଲପୁରରେ ୫୫.୮ ମି.ମି., ହିରାକୁଦରେ ୫୫.୪ ମି.ମି., ଝାରସୁଗୁଡ଼ା ଜିଲ୍ଲାର ଲଖନପୁରରେ ୪୮.୨ ମି.ମି., ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠାରେ ୪୬.୦ ମି.ମି., ବରଗଡ଼ ଜିଲ୍ଲାର ପାଇକମାଳରେ ୪୪.୦ ମି.ମି., ସମ୍ବଲପୁର ଜିଲ୍ଲାର ବୁର୍ଲାରେ ୪୩.୦ ମି.ମି., ବରଗଡ଼ ଜିଲ୍ଲାର ଗାଇସିଲେଟରେ ୪୧.୦ ମି.ମି., ସୁନ୍ଦରଗଡ଼ ଜିଲ୍ଲାର ଗୁରୁଣ୍ଡିଆରେ ୪୦.୬ ମି.ମି. ଏବଂ ସମ୍ବଲପୁର ଜିଲ୍ଲାର ଧନକଉଡାରେ ୪୦.୨ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରବିବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ