ରାଜନୈତିକ କାର୍ଯ୍ୟକ୍ରମରେ ସରକାରୀ ଶିକ୍ଷକଙ୍କ ଉପସ୍ଥିତିକୁ ନେଇ ନିୟମ ଉଲ୍ଲଂଘନ ଆରୋପ
ରାଜନୈତିକ କାର୍ଯ୍ୟକ୍ରମରେ ସରକାରୀ ଶିକ୍ଷକଙ୍କ ଉପସ୍ଥିତିକୁ ନେଇ ନିୟମ ଉଲ୍ଲଂଘନ ଆରୋପ
ରାଜନୈତିକ କାର୍ଯ୍ୟକ୍ରମରେ ସରକାରୀ ଶିକ୍ଷକଙ୍କ ଉପସ୍ଥିତିକୁ ନେଇ ନିୟମ ଉଲ୍ଲଂଘନ ଆରୋପ


ରାଜନୈତିକ କାର୍ଯ୍ୟକ୍ରମରେ ସରକାରୀ ଶିକ୍ଷକଙ୍କ ଉପସ୍ଥିତିକୁ ନେଇ ନିୟମ ଉଲ୍ଲଂଘନ ଆରୋପ


ରାଜନୈତିକ କାର୍ଯ୍ୟକ୍ରମରେ ସରକାରୀ ଶିକ୍ଷକଙ୍କ ଉପସ୍ଥିତିକୁ ନେଇ ନିୟମ ଉଲ୍ଲଂଘନ ଆରୋପ


ରାଜନୈତିକ କାର୍ଯ୍ୟକ୍ରମରେ ସରକାରୀ ଶିକ୍ଷକଙ୍କ ଉପସ୍ଥିତିକୁ ନେଇ ନିୟମ ଉଲ୍ଲଂଘନ ଆରୋପ


ସମ୍ବଲପୁର, ୩୧ ମେ (ହି.ସ.) - ନିକଟରେ କେଶାଇବାହାଲ ସ୍ଥିତ ବାସୁଦେବ ଗୋଦାବରୀ ଡିଗ୍ରୀ କଲେଜ ପରିସରରେ ଆୟୋଜିତ ବିଜେପିର ଦୁଇ ଦିନିଆ ଜିଲ୍ଲା ପ୍ରଶିକ୍ଷଣ ଶିବିରକୁ ନେଇ ଏବେ ବିଭିନ୍ନ ବିବାଦ ମୁଣ୍ଡ ଟେକିଥିବା ବେଳେ ଏବେ ଆଉ ଏକ ନୂଆ ପ୍ରସଙ୍ଗ ଚର୍ଚ୍ଚାକୁ ଆସିଛି। ଗଡପୋଷ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ରାଜେନ୍ଦ୍ର ପୃଷେଠ ଉକ୍ତ ରାଜନୈତିକ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଯୋଗଦେଇଥିବା ନେଇ ଅଂଚଳରେ ଚର୍ଚ୍ଚା ଜୋର ଧରିଛି। ବିରୋଧୀ ଦଳଗୁଡ଼ିକ ଏହାକୁ ଗୁରୁତର ବିଷୟ ବୋଲି ଦର୍ଶାଇ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ତଦନ୍ତ ଓ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସୂଚନା ଅନୁଯାୟୀ, କେଶାଇବାହାଲ ବିଜିଡି କଲେଜ୍ ରେ ଗତ ୨୬ ଓ ୨୭ ତାରିଖ ୨ ଦିନ ଧରି ବିଜେପି ପକ୍ଷରୁ ଜିଲ୍ଲା ସ୍ତରୀୟ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିବା ବେଳେ ଏଥିରେ ବିଭିନ୍ନ ଦଳୀୟ ନେତା ଓ କର୍ମୀଙ୍କ ସହ ଶିକ୍ଷକ ରାଜେନ୍ଦ୍ର ପୃଷ୍ଠେ ମଧ୍ୟ ଉପସ୍ଥିତ ଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏହି ସମୟ ର ଏକ ଫଟୋ ମଧ୍ୟ ବିଭିନ୍ନ ସାମାଜିକ ଗଣମାଧ୍ୟମ ରେ ଘୁରି ବୁଲୁଛି। ଏହାପରେ ସରକାରୀ କର୍ମଚାରୀ, ବିଶେଷକରି ଜଣେ ଶିକ୍ଷକ, କୌଣସି ରାଜନୈତିକ ଦଳର ସଂଗଠନାତ୍ମକ କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେ କି ନାହିଁ, ସେନେଇ ପ୍ରଶ୍ନ ଉଠିଛି। ସରକାରୀ ସେବା ଆଚରଣବିଧି ଅନୁଯାୟୀ, ସରକାରୀ କର୍ମଚାରୀମାନେ ରାଜନୈତିକ ଦଳର ସକ୍ରିୟ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବା, ଦଳୀୟ ପ୍ରଚାର କରିବା କିମ୍ବା କୌଣସି ରାଜନୈତିକ ଦଳର ସଂଗଠନାତ୍ମକ କାର୍ଯ୍ୟରେ ସକ୍ରିୟ ଭୂମିକା ନେବା ଉପରେ କଟକଣା ରହିଛି। ସରକାରୀ କର୍ମଚାରୀଙ୍କ ରାଜନୈତିକ ନିରପେକ୍ଷତା ବଜାୟ ରଖିବାକୁ ଏହି ନିୟମ ପ୍ରଣୟନ କରାଯାଇଛି। ବିରୋଧୀ ଦଳର ନେତାମାନେ ଅଭିଯୋଗ କରିଛନ୍ତି ଯେ, ଯଦି ଜଣେ ସରକାରୀ ଶିକ୍ଷକ କୌଣସି ରାଜନୈତିକ ଦଳର ପ୍ରଶିକ୍ଷଣ ଶିବିରରେ ସକ୍ରିୟ ସଦସ୍ୟ ଭାବେ ଯୋଗଦେଇଥାନ୍ତି, ତେବେ ତାହା ସେବା ନିୟମର ପରିପନ୍ଥୀ ହୋଇପାରେ। ସେମାନେ ଏହି ଘଟଣାର ନିରପେକ୍ଷ ତଦନ୍ତ ସହ ଶିକ୍ଷା ବିଭାଗର ହସ୍ତକ୍ଷେପ ଦାବି କରିଛନ୍ତି। ଅନ୍ୟପଟେ, ଏନେଇ ସମ୍ପୃକ୍ତ ଶିକ୍ଷକ କିମ୍ବା ଶିକ୍ଷା ବିଭାଗ ପକ୍ଷରୁ କୌଣସି ଔପଚାରିକ ପ୍ରତିକ୍ରିୟା ମିଳିନାହିଁ। ତେଣୁ ସେ କେଉଁ ପରିପ୍ରେକ୍ଷୀରେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଓ ତାଙ୍କ ଭୂମିକା କଣ ଥିଲା, ତାହା ସ୍ପଷ୍ଟ ହୋଇନାହିଁ। ଏହି ଘଟଣା ଏବେ କେବଳ ଏକ ରାଜନୈତିକ ବିବାଦରେ ସୀମିତ ରହିନାହିଁ, ବରଂ ସରକାରୀ କର୍ମଚାରୀଙ୍କ ରାଜନୈତିକ ନିରପେକ୍ଷତା, ସେବା ଆଚରଣବିଧିର ପାଳନ ଏବଂ ଶିକ୍ଷକଙ୍କ ସାମାଜିକ ଦାୟିତ୍ୱକୁ ନେଇ ଏକ ବଡ଼ ଆଲୋଚନାର ବିଷୟ ପାଲଟିଛି। ଶିକ୍ଷା ବିଭାଗ ଏହାର ନିରପେକ୍ଷ ତଦନ୍ତ କରି ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଧିଷ୍ଟ ମହଲରୁ ଜୋରଦାର ଦାବି ହେଉଛି।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande