ଦାଦାବଟି ଆଦାୟକୁ ନେଇ ଗୁଳିମାଡ, ୨ ଅଟକ
କେନ୍ଦ୍ରାପଡ଼ା, ୩୧ ମଇ(ହି.ସ.) – ଦାଦାବଟିକୁ ନେଇ କେନ୍ଦ୍ରାପଡ଼ା ରଣପଡ଼ା ହାଇସ୍କୁଲ୍ ପଡ଼ିଆରେ ଗୁଳି ଫୁଟିଛି ଏଥିରେ କେନ୍ଦ୍ରାପଡ଼ା ପୌରପାଳିକା ୧୩ ନମ୍ବର ୱାର୍ଡର କାଉନସିଲର ଶେଖ୍ ଅସଲମ ଓ ଠିକାଦାର ଶେଖ୍ ଅକତାର ଅଳ୍ପରେ ବର୍ତି ଯାଇଛନ୍ତି। ଦୁର୍ବୁତମାନେ ଦାଦା ବଟି ମାଗି ବିଫଳ ହେବା ପାଂଚ ରାଉଣ୍ଡ ଫାଙ୍
ଦାଦାବଟି ଆଦାୟକୁ ନେଇ ଗୁଳିମାଡ, ୨ ଅଟକ


କେନ୍ଦ୍ରାପଡ଼ା, ୩୧ ମଇ(ହି.ସ.) – ଦାଦାବଟିକୁ ନେଇ କେନ୍ଦ୍ରାପଡ଼ା ରଣପଡ଼ା ହାଇସ୍କୁଲ୍ ପଡ଼ିଆରେ ଗୁଳି ଫୁଟିଛି ଏଥିରେ କେନ୍ଦ୍ରାପଡ଼ା ପୌରପାଳିକା ୧୩ ନମ୍ବର ୱାର୍ଡର କାଉନସିଲର ଶେଖ୍ ଅସଲମ ଓ ଠିକାଦାର ଶେଖ୍ ଅକତାର ଅଳ୍ପରେ ବର୍ତି ଯାଇଛନ୍ତି। ଦୁର୍ବୁତମାନେ ଦାଦା ବଟି ମାଗି ବିଫଳ ହେବା ପାଂଚ ରାଉଣ୍ଡ ଫାଙ୍କା ଗୁଳିଚଳାଇ ଜୀବନରୁ ମାରି ଦେବାକୁ ଧମକ ଦେଉଥିଲେ। ୧୩ ନମ୍ବର ୱାର୍ଡ ର ରଣପଡା ମସଜିଦ ସମ୍ମୁଖରେ ପୌରପାଳିକାର ଉନ୍ନୟନ ମୂଳକ କାମ ଚାଲିଥିଲା। ଏହି କାମ କାଉନ ସିଲର ଅସଲମ ଙ୍କ ସମ୍ପର୍କୀୟ ଶେଖ୍ ଅକ୍ତର କାମ କରୁଥିଲେ ତିନି ଜଣ ଦୁର୍ବୁତ ଆସି ପହଂଚି ଦାଦାବଟି ମାଗିଥିଲେ ସେ କାଉନସିଲର ପାଖକୁ ଯିବାକୁ କହିଥିଲେ ସେହି ସମୟରେ ଅସଲାମ ହାଇସ୍କୁଲ ପଡ଼ିଆରେ ଥିଲେ। ଦୁର୍ବୁତମାନେ ହାଇସ୍କୁଲ ପଡ଼ିଆକୁ ଯାଇ ଅସଲାମ କୁ ବଟି ଦେବାକୁ କହିଥିଲେ। ଏହି ସମୟରେ ଅକତାର ଘଟଣା ସ୍ଥଳରେ ପହଂଚି ଯାଇଥିଲେ। ଦୁର୍ବୁତମାନେ ହଟାତ୍ ରାଗି ଯାଇ ଅକ୍ତାରକୁ ମାଡ ମାରିବା ରାଉଣ୍ଡ ଗୁଳୀ ଚଳାଇ କାଉନୁସିଲର, ଠିକାଦାର ଭୟଭୀତ କରିବା ସହିତ ଜୀବନରୁ ମାରିଦେବାକୁ ଧମକ ଦେଉଥିଲେ। ଗୁଳି ଶବ୍ଦ ଶୁଣି ସ୍ଥାନୀୟ ଲୋକ ପହଂଚି ଯିବାରୁ ଦୁର୍ବୁତମାନେ ଖସି ପଳାଇ ଯାଇଥିଲେ। କେନ୍ଦ୍ରାପଡ଼ାର ଜଣେ ଦୁର୍ଦାନ୍ତ ଅପରାଧି ହାଇଦର ପୁଅ ହେଉଛନ୍ତି ସେକ୍ ଆଜାରୁଦ୍ଧିନି ନାମରେ ଠିକାଦାର ଅକ୍ତର ଟାଉନ୍ ଥାନାର ଅଭିଯୋଗ କରିଛନ୍ତି। ଏ ଘଟଣାରେ ପୋଲିସ ହାଇଦର୍ ଘରକୁ ରେଡ୍ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ପୋଲିସ ର ପ୍ରତିକ୍ରିୟା ମିଳପାରିନାହିଁ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande