ବିଶ୍ଵ ତମାଖୁ ବର୍ଜନ ଦିବସରେ ପୁରୀ ବେଳାଭୂମିରେ ସୁଦର୍ଶନଙ୍କ ଆକର୍ଷଣୀୟ ବାଲୁକା କଳା
ପୁରୀ, ୩୧ ମଇ (ହି.ସ.)- ବିଶ୍ୱ ତମାଖୁ ବର୍ଜନ ଦିବସରେ ଆଜି ପୁରୀ ବେଳାଭୂମିରେ ନିଜର ଆକର୍ଷଣୀୟ ବାଲୁକା କଳା ମାଧ୍ୟମରେ ଜନସାଧାରଣଙ୍କ ନିମନ୍ତେ ଅତ୍ୟନ୍ତ ସୁନ୍ଦର ବାର୍ତା ଦେଇଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଏହି ୨୫ ଫୁଟ ର ବାଲୁକା କଳାରେ ଏକ ଅଧାଜଳା ସିଗାରେଟ
ବିଶ୍ଵ ତମାଖୁ ବର୍ଜନ ଦିବସରେ ପୁରୀ ବେଳାଭୂମିରେ ସୁଦର୍ଶନଙ୍କ ଆକର୍ଷଣୀୟ ବାଲୁକା କଳା


ପୁରୀ, ୩୧ ମଇ (ହି.ସ.)- ବିଶ୍ୱ ତମାଖୁ ବର୍ଜନ ଦିବସରେ ଆଜି ପୁରୀ ବେଳାଭୂମିରେ ନିଜର ଆକର୍ଷଣୀୟ ବାଲୁକା କଳା ମାଧ୍ୟମରେ ଜନସାଧାରଣଙ୍କ ନିମନ୍ତେ ଅତ୍ୟନ୍ତ ସୁନ୍ଦର ବାର୍ତା ଦେଇଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଏହି ୨୫ ଫୁଟ ର ବାଲୁକା କଳାରେ ଏକ ଅଧାଜଳା ସିଗାରେଟ୍ ରହିଛି । ସେହି ଅଧା ଜଳିଥିବା ସିଗାରେଟ୍ ରେ ଜଳି ଯାଉଛି ଏକ ଲୋକ ଏବଂ ସେ କହୁଛି ତମାଖୁ ମୋ ଜୀବନ ନେଇଗଲା । ତମାଖୁ ବ୍ୟବହାର କରନ୍ତୁ ନାହିଁ-ନିଜ ଜୀବନ ବଂଚାନ୍ତୁ’ । ସୁଦର୍ଶନଙ୍କ ଏହି ବାଲୁକା କଳା ଅତ୍ୟନ୍ତ ଚିତାକର୍ଷକ, ଯାହାକୁ ଦେଖିବାକୁ ସେହି ବାଟ ଦେଇ ଯାଉଥିବା ପର୍ଯ୍ୟଟକମାନେ ମଧ୍ୟ କିଛି କ୍ଷଣ ଅଟକି ଯାଉଛନ୍ତି ।

ଅନ୍ୟପକ୍ଷରେ ସୁଦର୍ଶନ ମଧ୍ୟ ଏକ୍ସରେ ଟ୍ୱିଟ୍ କରି ଏନେଇ ସୂଚନା ଦେଇଛନ୍ତି । ଟ୍ୱିଟ୍ ରେ ସେ ଲେଖିଛନ୍ତି ଯେ, ବିଶ୍ୱ ତମାଖୁ ବର୍ଜନ ଦିବସରେ ମୁଁ ପୁରୀ ବେଳାଭୂମିରେ ଏକ ୨୫ ଫୁଟ ର ବାଲୁକା ଭାସ୍କର୍ଯ୍ୟ ପ୍ରସ୍ତୁତ କରିଛି । ଯେଉଁଥିରେ ବାର୍ତା ରହିଛି, ତମାଖୁ ମୋ ଜୀବନ ନେଇଗଲା । ତମାଖୁ ବ୍ୟବହାର କରନ୍ତୁ ନାହିଁ-ନିଜ ଜୀବନ ବଂଚାନ୍ତୁ’ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ର ଚଳିତ ବର୍ଷର ବିଷୟବସ୍ତୁ, ଅନ୍ ମାସ୍କ ଦି ଅପିଲ୍ -‘ନିକୋଟିନ୍ ଏବଂ ତମାଖୁ ଆସକ୍ତିର ମୁକାବିଲା କରନ୍ତୁ , ଆସନ୍ତୁ ଏକ ସୁସ୍ଥ, ତମାଖୁ ମୁକ୍ତ ଭବିଷ୍ୟତ ପାଇଁ ଏକାଠି କାର୍ଯ୍ୟ କରିବା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande