ପିଲା ସାଲୁଙ୍କି ଡ୍ଯାମ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣଙ୍କ ମୃତୁ ଅନ୍ୟଜଣେ ଗୁରୁତର
Two sinked during swimming in Pilasalki dam, One Dead
ଫୋଟ


କନ୍ଧମାଳ , ୩୧ ମଇ (ହି.ସ.)

କଲେଜଛୁଟିରେ ୮ ଜଣ ସାଙ୍ଗ ଫୁଲବାଣୀ ନିକଟସ୍ଥ ପିଲାସାଲୁଁଙ୍କି ଡ୍ୟାମ କୁ ଯାଇ ଗାଧୋଉଥିବା ବେଳେ ଗୋଡ ଖସି ଦୁଇ ଜଣ ବୁଡି ଯାଇଥିଲେ l ଜଣଙ୍କୁ ବାଡ଼ି ସାହାଯ୍ୟରେ ଉଦ୍ଧାର କରାଯାଇଥିବଳେ ଅନ୍ୟଜଣେ ନିଖୋଜ ହୋଇଥିଲା । ଅନ୍ଯ ସାଙ୍ଗ ମାନେ ଫୁଲବାଣୀ ଅଗ୍ନିଶମ ବାହୀନୀ କୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହୀନୀ ଘଟଣା ସ୍ଥଳରେ ପହଞ୍ଚି ଅନ୍ୟଜଙ୍କୁ ଉଦ୍ଧାର କରିଥିଲେ ।ଉଭୟଙ୍କୁ ଫୁଲବାଣୀ ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନିଆ ଯାଇଥିଲା l ସେଠାରେ ଡାକ୍ତର ଜଣକୁ ମୃତ ଘୋଷଣା କରିଥିଲେ l ମୃତକ ଫୁଲବାଣୀ ପିଅନପଡାର ସାହିର ଶୁଭେନ୍ଦୁ ନାୟକଙ୍କ ପୁଅ ସୀତାଂଶୁ ଶେଖର ନାୟକ (୧୭) ବୋଲି ଜଣାପଡିଛି l ଗୁରୁତର ଜଣକ, ଫୁଲବାଣୀ ବ୍ରହ୍ମାଣସାହିର ଆଦିତ୍ୟ ପାତ୍ର (୧୯) ବୋଲି ଜଣାପଡିଛି l ଖବର ପାଇ ପୋଲିସ ଶବକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଫୁଲବାଣୀ ମେଡିକାଲ କୁ ଶବ ବ୍ୟବଛେଦ ପାଇଁ ପଠାଇଛନ୍ତି l ଆଦିତ୍ୟର ଛାତିରେ ପାଣି ରହିଥିବାରୁ ତାଙ୍କୁ ଭୁବନେଶ୍ୱର ରେଫେର କରାଯାଇଛି l ସୂତାଂଶୁର ବାପା ଜଣେ ବରିଷ୍ଠ କିରାଣୀ ପୁଅକୁ ଉଚ୍ଚଶିକ୍ଷା ପାଇଁ ଭୁବନରଶ୍ୱରରେ ଏକ ଘରୋଇ ଇଂଜିନିୟରିଂ କଲେଜ ପଠେଇଥିଲେ l ପୁଅର ଏଭଳି ଦୁୁଃଖଦ ମୃତ୍ଯ ରେ ସମଗ୍ର ପରିବାର ରେ ଶୋକର ଛାୟା ଖେଳିଯାଇଛି l

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande