
ପୁରୀ, ୩୧ ମଇ (ହି.ସ.)- ସୁଖଲତା ସ୍କୃତି ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ପିଲାଙ୍କ ଖବର କାଗଜ ଶିଶୁ ସମାଚାରର ଉନବିଂଶ ବାର୍ଷିକ ଉତ୍ସବ ପରିପ୍ରେକ୍ଷୀରେ ବିଦ୍ୟାଳୟ ସ୍ତରୀୟ ଚେସ୍ ଖେଳ ପ୍ରତିଯୋଗିତା ଚେସ୍ ପ୍ରଶିକ୍ଷକ ଶ୍ୟାମଲ କୁଣ୍ଡୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି। ଆୟୋଯିତ ଉତ୍ସବରେ କୁନି ଚେସ୍ ଖେଳାଳି ପ୍ରତ୍ଭିକ୍ ସିଂ ଏବଂ ଶିଶୁ ସମାଚାର ପରିବାରର ସଦସ୍ୟ ମନୋଜ କୁମାର ରଥ, ବିଜୟ କୁମାର ବ୍ରହ୍ମା ଓ ଅନାମ ଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇ ପ୍ରତିଯୋଗିତାକୁ ଉଦ୍ଘାଟନ କରି ଶିଶୁମାନଙ୍କ ଭିତରେ ଥିବା ଚେସ୍ ଖେଳର ମାନସିକତାକୁ ଶକ୍ତ କରିବା ସହ ଆଗକୁ ବଢିବାରେ ଶିଶୁ ସମାଚାରର ପ୍ରୟାସ ବେଶ୍ ତାତ୍ପର୍ଯ୍ୟ ପୂର୍ଣ୍ଣ ବୋଲି କହିଥିଲେ ।
ଏହି ପ୍ରତିଯୋଗିତାକୁ ସର୍ବଶ୍ରୀ ଶ୍ରବଣ କୁମାର ପ୍ରଧାନ, ଅଶୋକ ନାୟକ, ସ୍ୱରାଜ ମହାନ୍ତି ଓ ଓମ୍ ପ୍ରକାଶ ତ୍ରିପାଠୀ ପରିଚାଳନାରେ ସହଯୋଗ କରିଥିଲେ । ଶିଶୁ ସମାଚାରର ସଂପାଦକ ସୁକାନ୍ତ ପଣ୍ଡା କାର୍ଯ୍ୟକ୍ରମ ସଂପର୍କରେ ସୂଚ଼ନା ଦେବା ସହ ପୌର ସଦନରେ ଆସନ୍ତା ଅଗଷ୍ଟ ୮ ତାରିଖରେ ହେବାକୁ ଥିବା ସ୍ୱନକ୍ଷେତ୍ର ଉତ୍ସବରେ ସମସ୍ତ କୃତୀ ପ୍ରତିଯୋଗିଙ୍କୁ ପୁରସ୍କୃତ କରାଯିବ । ଆସନ୍ତା ରବିବାର ଦିନ ଦାମୋଦର ରୋଡ୍ ସ୍ଥିତ ବେଟ୍ରିକ୍ସ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ଯୋଗ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ସୂଚନା ପ୍ରଦାନ କରିଥିଲେ । ଅନ୍ୟତମ ପରିବାର ସଦସ୍ୟ ଡ. ଶଶିକାନ୍ତ ରଥ ସଭାକାର୍ଯ୍ୟ ପରିଚାଳନା କରିଥିଲେ I
ହିନ୍ଦୁସ୍ଥାନ ସମାଚାର / ବିଜୟ