
ଭୁବନେଶ୍ୱର, 31 ମେ (ହି.ସ.)- ବିଶ୍ୱ ତମାଖୁ ନିଷେଧ ଦିବସରେ ତମାଖୁମୁକ୍ତ ସମାଜ ଗଠନ ପାଇଁ ମୁଖ୍ୟମନ୍ତ୍ରୀ
ମୋହନ ଚରଣ ମାଝୀ ଆହ୍ୱାନ କରିଛନ୍ତି ।
ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱ
ତମାଖୁ ନିଷେଧ ଦିବସ ଅବସରରେ, ଆସନ୍ତୁ ଆମେ ଏକ ସୁସ୍ଥ ଏବଂ ତମାଖୁମୁକ୍ତ
ସମାଜ ଗଠନ ପାଇଁ ଆମର ପ୍ରତିବଦ୍ଧତାକୁ ପୁନଃଦୃଢ଼ କରିବା।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ତମାଖୁମୁକ୍ତ ଜୀବନ ହେଉଛି ଏକ ସୁସ୍ଥ ପରିବାର,
ଏକ
ସଶକ୍ତ ସମାଜ ଏବଂ ଏକ ଉଜ୍ଜ୍ୱଳ ଭବିଷ୍ୟତର ମୂଳ ଭିତ୍ତି। ମୁଁ ସମସ୍ତଙ୍କୁ ତମାଖୁଠାରୁ ଦୂରେଇ
ରହିବା ସହିତ ଅନ୍ୟମାନଙ୍କୁ ମଧ୍ୟ ଏହାଠାରୁ ଦୂରେଇ ରହିବାକୁ ପ୍ରେରିତ କରିବା ପାଇଁ ଆହ୍ୱାନ
ଜଣାଉଛି।
ଆସନ୍ତୁ, ଆମେ ସମସ୍ତେ ମିଳିତ ଭାବେ ଏକ ସୁସ୍ଥ,
ସୁଖୀ
ଏବଂ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ କାର୍ଯ୍ୟ କରିବା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା