ଏକତରଫା ପ୍ରେମରୁ ୱାସରୁମରେ ହିଡେନ କ୍ୟାମେରା ଲଗାଇଥିଲେ କିରାଣୀ- ଏସପି
ଭୁବନେଶ୍ୱର, 31 ମେ (ହି.ସ) ଜଗତସିଂହପୁର ଡିଆରଡିଏଅଫିସ୍ ୱାସ୍ରୁମ୍ରୁ ହିଡେନ୍ କ୍ୟାମେରା ଜବତ ଘଟଣାରେ ଜୁନିୟର କିରାଣି ସଞ୍ଜୟ ଅଧେଖାଙ୍କୁ ଗିରଫ ପରେ ଏସ୍ପି ପ୍ରେସମିଟ୍ କରିଛନ୍ତି । ସେ କହିଛନ୍ତି ଯେ, ଅଫିସ୍ର ମହିଳା କର୍ମଚାରୀଙ୍କୁ ଏକତରଫା ପ୍ରେମ କରି ବିଫଳ ହୋଇଥି
ଏକତରଫା ପ୍ରେମରୁ ୱାସରୁମରେ ହିଡେନ କ୍ୟାମେରା ଲଗାଇଥିଲେ କିରାଣୀ- ଏସପି


ଭୁବନେଶ୍ୱର, 31 ମେ (ହି.ସ) ଜଗତସିଂହପୁର ଡିଆରଡିଏଅଫିସ୍

ୱାସ୍ରୁମ୍ରୁ ହିଡେନ୍ କ୍ୟାମେରା ଜବତ ଘଟଣାରେ ଜୁନିୟର କିରାଣି ସଞ୍ଜୟ ଅଧେଖାଙ୍କୁ ଗିରଫ ପରେ

ଏସ୍ପି ପ୍ରେସମିଟ୍ କରିଛନ୍ତି । ସେ କହିଛନ୍ତି ଯେ, ଅଫିସ୍ର ମହିଳା କର୍ମଚାରୀଙ୍କୁ ଏକତରଫା

ପ୍ରେମ କରି ବିଫଳ ହୋଇଥିଲା କିରାଣୀ । ୟୁଟ୍ୟୁବ୍ ଦେଖି ଅନଲାଇନ୍ରୁ ମଗାଇଥିଲା ହିଡେନ୍

କ୍ୟାମେରା । ମାର୍ଚ୍ଚ ମାସରୁ ଲଗାଇଥିଲା କ୍ୟାମେରା, ସପ୍ତାହକୁ ଥରେ ଚାର୍ଜ

କରୁଥିଲା । ସପ୍ତାହକୁ ଥରେ ଚାର୍ଜ କରି ପୁଣି ସେହି ସ୍ଥାନରେ ଲଗାଉଥିଲା କ୍ୟାମେରା ବୋଲି ଏସପି

କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande