
ପୁରୀ, ୩୧ ମେ (ହି.ସ.) - ନିୟମ କାନୁନ, ସରକାର କି' ପ୍ରଶାସନ ର ସଚେତନତା ବାର୍ତାକୁ ଅପେକ୍ଷା ନକରି, ପ୍ରତିଟି ମଣିଷ ପ୍ରଥମେ ନିଜ ପରିବାର କୁ ତମାଖୁମୁକ୍ତ କରିବାର ସଂକଳ୍ପ ନେଇ ଏକ ସୁସ୍ଥ ସମାଜ ତଥା କର୍କଟ ମୁକ୍ତ ସମାଜ ଗଠନ କରିବାକୁ ଆହ୍ୱାନ ଦେଇଛନ୍ତି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ଅକ୍ଷୟ କୁମାର ଶତପଥୀ। ମିଶନ ଓଡ଼ିଶା,ମାଇଁ ଭାରତ, ଜିଲ୍ଲା ତମାଖୁ ନିୟନ୍ତ୍ରଣ ଯୋଜନା ଓ କଳିଙ୍ଗ ବୈଶ୍ୟ ସଂଘ ର ମିଳିତ ସହଯୋଗରେ ସମାଜସେବୀ ଡକ୍ଟର ବଦ୍ରି ମିଶ୍ରଙ୍କ ଅଧ୍ୟକ୍ଷତା ଓ ସଂପାଦକ ମଧୁସୂଦନ ମିଶ୍ରଙ୍କ ପରିଚାଳନା ରେ ଦୋଳମଣ୍ଡପ ସାହି ପେଣ୍ଠଘର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବିଶ୍ୱ ତମାଖୁ ବର୍ଜ୍ଜନ ଦିବସ ଅନୁଷ୍ଠିତ ହୋଇଥିଲା। ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ସୂଚନା ଓ ଲୋକସମ୍ପର୍କ ର ଉପ ନିର୍ଦେଶକ ସନ୍ତୋଷ କୁମାର ସେଠୀ ଯୋଗଦେଇ କହିଥିଲେ ଯେ ଅର୍ଥ ଦେଇ ମୃତ୍ୟୁ କିଣୁଥିବା ମଣିଷ ଜାଣିନି ଯେ ତମାଖୁ ସେବନ ହୁଏତ ତାଙ୍କୁ ମୃତ୍ୟୁ ଦେଇପାରେ। ତେଣୁ ନିଜ ମୂଲ୍ୟବାନ ଜୀବନକୁ ନିଜ ପରିବାର ର ସୁଖ ପାଇଁ ସୁରକ୍ଷିତ ରଖିବାକୁ ତମାଖୁ ତେଜ୍ୟ କରିବାକୁ ସେ ଅନୁରୋଧ କରିଥିଲେ।
ଏଥିରେ ପୁରୀ ସ୍ୱାସ୍ଥ୍ୟ ବିଭାଗ ର ବରିଷ୍ଠ ଅଧିକାରୀ ଡାକ୍ତର ସଂଜୁ ଦାସ କହିଥିଲେ ଯେ ତମାଖୁ ସେବନର ଅପକାରିତା ସଂପର୍କ ରେ ଶିଶୁ-କିଶୋରଙ୍କୁ ସଚେତନ କରିବା ଏବେ ବଡ଼ ଆବଶ୍ୟକତା। ଏଥିରେ ସମ୍ମାନିତ ଅତିଥି ଭାବେ ଡାକ୍ତର ଦେବ ଦାଶ ଓ ଡାକ୍ତର ଭବାନୀ ମହାପାତ୍ର, ତମାଖୁ ସେବନର ଭୟାବହତା ଉପରେ ବକ୍ତବ୍ୟ ରଖିଥିବା ବେଳେ, ଜାତୀୟ ତମାଖୁ ନିୟନ୍ତ୍ରଣ ଯୋଜନା ର ପରାମର୍ଶଦାତା ଅନୀତା ଦାସ ତମାଖୁ ନିୟନ୍ତ୍ରଣ ସମ୍ପର୍କରେ ତଥ୍ୟ ପ୍ରଦାନ ସହ ତମାଖୁ ମୁକ୍ତ ଓଡ଼ିଶା ପାଇଁ ଯୁବଗୋଷ୍ଠୀଙ୍କୁ ଶପଥ ପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ମଧୁସୂଦନ ମିଶ୍ର ପ୍ରଶ୍ନୋତର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ଜୟନ୍ତୀ ମହାପାତ୍ର, ସବ୍ୟସାଚୀ ସେନାପତି,ଜ୍ୟୋର୍ତିମୟୀ ଦାସ, ଦେବରାଜ ଦାସ, କେଦାର ମହାପାତ୍ର,ଶିବରାମ ପ୍ରଧାନ, ସୌମ୍ୟରଞ୍ଜନ ପାତ୍ର,ଅଜୟ ପ୍ରଧାନ ଓ ସତ୍ୟବାଦୀ ର ଅଧିବକ୍ତା ସୁଶାନ୍ତ ରଥ।
ହିନ୍ଦୁସ୍ଥାନ ସମାଚାର / ବିଜୟ