ତହସିଲ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର କାର୍ଯ୍ୟସୁଚୀ ପ୍ରକାଶ
କେନ୍ଦ୍ରାପଡା , 08 ମେ (ହି.ସ.)ରାଜସ୍ୱ ସମ୍ବନ୍ଧୀୟ ଅଭିଯୋଗ ମାମଲାଗୁଡିକର ଶୀଘ୍ର ସମାଧାନ ଏବଂ ଜନସାଧାରଣଙ୍କ ଅଭିଯୋଗର ତ୍ୱରିତ ଶୁଣାଣି ନିମନ୍ତେ ଜିଲ୍ଲା ପ୍ରଶାସନ, କେନ୍ଦ୍ରାପଡା ପକ୍ଷରୁ ମେ ମାସରେ ବିଭିନ୍ନ ତହସିଲରେ ତହସିଲ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଆୟୋଜନ କରାଯିବ।ଏହି ଶିବିରଗୁଡିକରେ ଜିଲ
ତହସିଲ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର କାର୍ଯ୍ୟସୁଚୀ ପ୍ରକାଶ


କେନ୍ଦ୍ରାପଡା , 08 ମେ (ହି.ସ.)ରାଜସ୍ୱ ସମ୍ବନ୍ଧୀୟ ଅଭିଯୋଗ ମାମଲାଗୁଡିକର ଶୀଘ୍ର ସମାଧାନ ଏବଂ ଜନସାଧାରଣଙ୍କ ଅଭିଯୋଗର ତ୍ୱରିତ ଶୁଣାଣି ନିମନ୍ତେ ଜିଲ୍ଲା ପ୍ରଶାସନ, କେନ୍ଦ୍ରାପଡା ପକ୍ଷରୁ ମେ ମାସରେ ବିଭିନ୍ନ ତହସିଲରେ ତହସିଲ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଆୟୋଜନ କରାଯିବ।ଏହି ଶିବିରଗୁଡିକରେ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ସାଧାରଣ ଲୋକଙ୍କ ରାଜସ୍ୱ ସମ୍ବନ୍ଧୀୟ ଅଭିଯୋଗଗୁଡିକର ଶୁଣାଣି କରିବେ।ପ୍ରକାଶିତ କାର୍ୟ୍ୟସୂଚୀ ଅନୁଯାୟୀ, ଆସନ୍ତା ୧୪.୦୫.୨୦୨୬ ତାରିଖରେ ପଟ୍ଟାମୁଣ୍ଡାଇ ତହସିଲରେ ଉପଜିଲ୍ଲାପାଳ, କେନ୍ଦ୍ରାପଡା ଅରୁଣ କୁମାର ନାୟକ ଅଭିଯୋଗ ଶୁଣାଣି କରିବେ। ସେହିପରି ୧୫.୦୫.୨୦୨୬ ତାରିଖରେ ମାର୍ଶାଘାଇ ତହସିଲରେ ଜିଲ୍ଲାପାଳ, କେନ୍ଦ୍ରାପଡା ରଘୁରାମ ଆର. ଆୟର ଜନସାଧାରଣଙ୍କ ଅଭିଯୋଗ ଶୁଣିବେ।ଏହାସହ ୧୯.୦୫.୨୦୨୬ ତାରିଖରେ ମହାକାଳପଡା ତହସିଲରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରବୀନ୍ଦ୍ର କୁମାର ମଲ୍ଲିକ ଏବଂ ୨୦.୦୫.୨୦୨୬ ତାରିଖରେ ଡେରାବିଶ ତହସିଲରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନବକୃଷ୍ଣ ଜେନା ଅଭିଯୋଗ ଶୁଣାଣି କରିବେ।ସେହିପରି ୨୯.୦୫.୨୦୨୬ ତାରିଖରେ କନିକା ତହସିଲରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନବକୃଷ୍ଣ ଜେନା ଜନସାଧାରଣଙ୍କ ଅଭିଯୋଗ ଶୁଣିବେ।ସମସ୍ତ ଶିବିର ସକାଳ ୭.୩୦ ଘଟିକାରୁ ୧୦.୦୦ ଘଟିକା ପର୍ୟ୍ୟନ୍ତ ଅନୁଷ୍ଠିତ ହେବ। ତେଣୁ ଜନସାଧାରଣଙ୍କୁ ନିଜ ନିଜ ଅଭିଯୋଗ ସହ ନିର୍ଦ୍ଧାରିତ ତାରିଖ ଓ ସ୍ଥାନରେ ଉପସ୍ଥିତ ରହିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande