ଭଦ୍ରକରେ ଉନ୍ନୟନ ଓ ଯୋଜନାମୂଳକ କାର୍ଯ୍ୟକ୍ରମର ସମୀକ୍ଷା, ଜିଲ୍ଲାର ବିକାଶ ଓ ସରକାରୀ ଯୋଜନା ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭଦ୍ରକ, ୮ ମଇ (ହି.ସ.) - ଭଦ୍ରକ ଜିଲ୍ଲାର ଉନ୍ନୟନମୂଳକ ଓ ଯୋଜନାଭିତିକ କାର୍ଯ୍ୟକ୍ରମର ସମୀକ୍ଷା ପାଇଁ ଭଦ୍ରକ ବିଧାନସଭା ଉନ୍ନୟନ କମିଟି ବୈଠକ (ଏସିଡିସି ସଭା) ଏବଂ ଜିଲ୍ଲା ଯୋଜନା ସମିତି ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସଭା ଭଦ୍ରକର ନୂତନ ପ୍ରଦକ୍ଷଣ ଗୃହର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋ
BHADRAK RE UNAYANA KARYA SAMIKHYA


ଭଦ୍ରକ, ୮ ମଇ (ହି.ସ.) - ଭଦ୍ରକ ଜିଲ୍ଲାର ଉନ୍ନୟନମୂଳକ ଓ ଯୋଜନାଭିତିକ କାର୍ଯ୍ୟକ୍ରମର ସମୀକ୍ଷା ପାଇଁ ଭଦ୍ରକ ବିଧାନସଭା ଉନ୍ନୟନ କମିଟି ବୈଠକ (ଏସିଡିସି ସଭା) ଏବଂ ଜିଲ୍ଲା ଯୋଜନା ସମିତି ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସଭା ଭଦ୍ରକର ନୂତନ ପ୍ରଦକ୍ଷଣ ଗୃହର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ବିଧାୟକ ତଥା ଜିଲ୍ଲା ଯୋଜନା ସମିତିର ଅଧ୍ୟକ୍ଷ ସୀତାଂଶୁ ଶେଖର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସଭା କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ସଭାରେ ଭଦ୍ରକ ପଂଚାୟତ ସମିତି ଅଧ୍ୟକ୍ଷା ଉର୍ମିଳା ନାୟକ, ଭଦ୍ରକ ପୌରାଧ୍ୟକ୍ଷା ଗୁଲମାକି ହବିବ, ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଉପନିର୍ଦ୍ଦେଶକ (ଯୋଜନା ଓ ପରିସଂଖ୍ୟାନ) ପ୍ରହ୍ଲାଦ ରଣା, ଜିଲ୍ଲା ଯୋଜନା ଓ ପଯ୍ୟାଲୋଚନା କାର୍ଯ୍ୟାଳୟ ,ଭଦ୍ରକର ଅର୍ଥନୀତି ବିଶେଷଜ୍ଞ ଡଃ ଭଗବାନ ବାରିକ, ଜିଲ୍ଲା ପରିଷଦ ସଦସ୍ୟ ମଳୟ ଜେନା ଏବଂ ଭଦ୍ରକ ଅତିରିକ୍ତ ଏସ୍ପି ବିଶ୍ୱପତି ପଣ୍ଡା ଉପସ୍ଥିତ ଥିଲେ । ସଭାରେ ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟ, ଚାଲୁଥିବା ସରକାରୀ ଯୋଜନାର ଅଗ୍ରଗତି, ସାଧାରଣ ଲୋକଙ୍କ ସୁବିଧା ସହ ପ୍ରଶାସନିକ ସମନ୍ୱୟ ଉପରେ ବିସ୍ତୃତ ସମୀକ୍ଷା ଓ ଆଲୋଚନା କରାଯାଇଥିଲା । ଉନ୍ନୟନମୂଳକ କାର୍ଯ୍ୟକୁ ଅଧିକ ଗତିଶୀଳ କରିବା ସହ ଲୋକମୁଖୀ ଯୋଜନାର ସଫଳ କାର୍ଯ୍ୟନ୍ୱୟନ ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା । ବିଧାୟକ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ ଯଥା ସିଡିଏମ୍ଓ, ଏନ୍ଏଚ୍ଏଆଇ ବିଭାଗ, ଆର ଆଣ୍ଡ ବି ବିଭାଗ, ଆରଡି ବିଭାଗ, ପୋଲିସ ବିଭାଗ ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଭାଗର ଅଧିକାରୀମାନଙ୍କୁ ନେଇ ଜିଲ୍ଲାର ବିକାଶମୂଳକ ଯୋଜନା ଓ ବାକି ରହିଥିବା ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମୀକ୍ଷା କରିଥିଲେ । ବିଶେଷକରି ଦୀର୍ଘଦିନ ଧରି ଅସମ୍ପୂର୍ଣ୍ଣ ରହିଥିବା କାର୍ଯ୍ୟଗୁଡ଼ିକୁ ନେଇ ସେ ଗଭୀର ଚିନ୍ତା ପ୍ରକାଶ କରିବା ସହ ସମସ୍ତ ବିଭାଗକୁ ସମନ୍ୱୟ ରକ୍ଷା କରି ଯୁଦ୍ଧକାଳୀନ ଭିତିରେ କାର୍ଯ୍ୟ ସମାପ୍ତ କରିବାକୁ କଡା ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା କାର୍ଯ୍ୟାଳୟ ଭଦ୍ରକର ଅଧିକାରୀ ଭୋଳାନାଥ ରାଉଳ, ହରିହର ଗୁଇନ ଓ ସୁଭ୍ରାଙ୍ଗିନୀ ବେହେରା ସଭା ପରିଚାଳନାରେ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande