କୃଷି ଭିତ୍ତିକ ବାଲିଯାତ୍ରା, ଆଜିବି ବଞ୍ଚିଛି ପରମ୍ପରା
ଜୟପୁର, ୮ ମଇ (ହି.ସ.)- ଆଧୁନିକ ଯୁଗରେ ମଣିଷ ଭୁଲିନି ନିଜର କଳା, ସଂସ୍କୃତି ଓ ପରମ୍ପରା । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ କୁମୁଲି ଗାଁରେ ପାଳନ ହୋଇଛି ଆଦିବାସୀଙ୍କ ବିଶ୍ୱାସ ବହନ କରୁଥିବା ବାଲିଯାତ୍ରା । କୁମୁଲି ଗାଁରେ ନିଆରା ଢଙ୍ଗରେ ଏହି ଯାତ୍ରା ପାଳନ କରିଛନ୍ତି ପିଲା ଠୁ ବୟସ୍କ , ୧୨ ବର
କୃଷି ଭିତ୍ତିକ ବାଲିଯାତ୍ରା ମାଧ୍ୟମରେ ଆଜିବି ବଞ୍ଚିଛି ପରମ୍ପରା ।


ଜୟପୁର, ୮ ମଇ (ହି.ସ.)- ଆଧୁନିକ ଯୁଗରେ ମଣିଷ ଭୁଲିନି ନିଜର କଳା, ସଂସ୍କୃତି ଓ ପରମ୍ପରା । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ କୁମୁଲି ଗାଁରେ ପାଳନ ହୋଇଛି ଆଦିବାସୀଙ୍କ ବିଶ୍ୱାସ ବହନ କରୁଥିବା ବାଲିଯାତ୍ରା । କୁମୁଲି ଗାଁରେ ନିଆରା ଢଙ୍ଗରେ ଏହି ଯାତ୍ରା ପାଳନ କରିଛନ୍ତି ପିଲା ଠୁ ବୟସ୍କ , ୧୨ ବର୍ଷରେ ଥରେ ପାଳନ ହେଉଥିବା ଐତିହାସିକ ବାଲିଯାତ୍ରାକୁ ବେଶ୍ ଧୁମ୍ ଧାମରେ ପାଳନ କରାଯାଇଛି । କୁମୁଲି ସହିତ ଆଖପାଖ ଗାଁରୁ ହଜାର ହଜାର ଲୋକ ରୁଣ୍ଡ ହୋଇ ୧୨ ବର୍ଷ ପରେ ପାରମ୍ପରିକ ରୀତିନୀତିରେ ବାଜା ବାଜଣା ବାଣ ଫୁଟାଇବା ସହିତ ବିଭିନ୍ନ ଆଦିବାସୀ ଲୋକ ସଂସ୍କୃତି ନୃତ୍ୟ ପଟୁଆର କରି ନାଚ ଗୀତରେ ଧୁମରେ ଝୁମିଛନ୍ତି ଶ୍ରଦ୍ଧାଳୁ । ଏହି ଅବସରରେ ଆଦିବାସୀଙ୍କ ଦେବତା ଭିମା ଭିମାଣିଙ୍କୁ ପୂଜା କରାଯାଇଛି ।

ବାଲି ଘରୁ ବାଲି ଚାଙ୍ଗୁଡ଼ିରେ ଅଂକୁର ଶସ୍ୟକୁ ଆଦିବାସୀ ମହିଳାମାନେ ନିଜ ନିଜର ମୁଣ୍ଡରେ ବୋହି ନେଇଥିବା ବେଳେ ପୁରୁଷ ମାନେ ଚାଷ କାମରେ ବ୍ୟବହୃତ ହଳ, ଲଙ୍ଗଳ, କୋଡ଼ି, କୋଦାଳକୁ ବୋହି ଗ୍ରାମ ଦେବତାଙ୍କୁ ନଗର ପରିକ୍ରମା କରି ଏକ ବିଶାଳ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମାରେ ବାହାରି ଧାର୍ଯ୍ୟ ସମୟ ଅନୁଯାୟୀ ଦେବୀଙ୍କ ପାଖରେ ପୂଜାର୍ଚ୍ଚନା କରାଯାଇଛି। ବାଲିଯାତ୍ରାର ମୂଖ୍ୟ ଉଦ୍ଦେଶ୍ୟ କିଛି ଦିନ ପୂର୍ବରୁ ବାଲିରେ ଶସ୍ୟ ଯାତ ଦ୍ରବ୍ୟ ଯଥା ଧାନ, ଗହମ, ମାଣ୍ଡିଆ, ମକା, ଶୁଆଁ, ମୁଗ, ବିରି ଆଦି ବୁଣା ଯାଏ। ଯେଉଁଦିନ ସେହି ଦ୍ରବ୍ୟରୁ ଅଙ୍କୁର ଜାତ ହୁଏ ସେ ଦିନ ବାଲି ଯାତ୍ରା ଅନୁଷ୍ଠିତ ହୁଏ । ଏହି ପୂଜା କଲେ ଗାଈ ଗୋରୁ ସହିତ ଲୋକଙ୍କୁ କୌଣସି ରୋଗ ହୁଏ ନାହିଁ ଏବଂ ଚାଷ କାର୍ଯ୍ୟ ଭଲ ହୁଏ। ଗାଁ ର ମଙ୍ଗଳ କାମନା ହୁଏ ବୋଲି ବିଶ୍ଵାସ ରହିଛି। ବାଲିଯାତ୍ରା ପାଇଁ ବୋରିଗୁମ୍ମା ବ୍ଲକ ଉତ୍ସବମୁଖର ହେବା ସହିତ ଚଳଚଞ୍ଚଳ ହୋଇ ଉଠିଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande