ଭୁବନ ଏନ୍ ଏ ସି ର ୧୫ ତମ ସାଧାରଣ ବୈଠକ ଅନୁଷ୍ଠିତ
ଭୁବନ, ୮ ମଇ (ହି.ସ.)- ଢେ଼ଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୫ ତମ ସାଧାରଣ ( କାଉନସିଲ ) ବୈଠକ ଏନ୍ ଏ ସି ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି । ନଗରପାଳ ଶୁଭେନ୍ଦୁ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିଥି ଭାବେ କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା, ସାଂସଦ
Ama parampars


Mp nka na nahi


Nac baithak


ଭୁବନ, ୮ ମଇ (ହି.ସ.)- ଢେ଼ଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୫ ତମ ସାଧାରଣ ( କାଉନସିଲ ) ବୈଠକ ଏନ୍ ଏ ସି ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି । ନଗରପାଳ ଶୁଭେନ୍ଦୁ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିଥି ଭାବେ କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା, ସାଂସଦ ପ୍ରତିନିଧି ଭାବେ ଭବାନୀ ଶଙ୍କର ବେହେରା, ଉପାଧ୍ୟକ୍ଷା ମାନିନୀ ସାହୁଙ୍କ ସମେତ ସମସ୍ତ କାଉନସିଲର ଉପସ୍ଥିତ ଥିଲେ । କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦତ ସାହୁ ପୂର୍ବ ବିବରଣୀ ପାଠ କରିଥିଲେ। ଏହି ବୈଠକରେ ଚଳିତ ବର୍ଷ ୨୦୨୬-୨୭ ପାଇଁ ଆୟବ୍ୟୟ ଅଟକଳ (ବଜେଟ) ଅନୁମୋଦନ କରାଯାଇଥିଲା । ୧ ନମ୍ବର ଓ ୯ ନମ୍ବର ୱାର୍ଡର ବିଜେଡି କାଉନସିଲର ଗିରିଧାରୀ ସାହୁ ଓ ପପୁ କୁମାର ସାହୁ ସେମାନଙ୍କ ୱାର୍ଡ ସମସ୍ୟା ଉପସ୍ଥାପନ କରିବା ସମୟରେ ବିଧାୟକ ତାଙ୍କୁ କହିବାକୁ ସୁଯୋଗ ନଦେଇ ୱାର୍ଡ ସମସ୍ୟା ଲେଖିକରି ନିର୍ବାହୀ ଅଧିକାରୀଙ୍କୁ ଦେବାକୁ ପରାମର୍ଶ ଦେଇଥିଲେ । ନିର୍ବାହୀ ଅଧିକାରୀ ରହୁ ନଥିବାରୁ ଲୋକଙ୍କ ସମସ୍ୟା ସମାଧାନ ହୋଇ ପାରୁନାହିଁ । ତେଣୁ ଭୁବନ ଏନ୍ ଏ ସି ରେ ସ୍ଥାୟୀ ନିର୍ବାହୀ ଅଧିକାରୀ ନିଯୁକ୍ତି ପାଇଁ ଉଭୟ କାଉନସିଲର ଦାବି କରିଥିଲେ । କାଉନସିଲ ବୈଠକ ପରେ ପ୍ରାୟ ୯ କୋଟି ଟଙ୍କାରେ ନିର୍ମାଣ ହୋଇଥିବା ବୁଦ୍ଧେଶ୍ଵର ମନ୍ଦିର ଓ ରଗଡ଼ି ଠାରେ ନିର୍ମିତ ବହୁମୁଖୀ ଭବନ, ସୁବିଧା କେନ୍ଦ୍ର, ମଳପଙ୍କ ଉପଚାର କେନ୍ଦ୍ର ଠାରେ ପ୍ରଶାସନିକ ବ୍ଲକ ଏବଂ କାଳୀ ବଜାର ଠାରେ ଆମ ପରମ୍ପରା, ଆମ ପରିଚୟ ଦଶହରା ବଳଦ, କଂସା ପିତ୍ତଳ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ଉଦଘାଟନ କରାଯାଇଥିଲା । ଏହି ପ୍ରକଳ୍ପ ଗୁଡିକର ଉଦଘାଟନୀ ଫଳକରେ ସାଂସଦ ରୁଦ୍ର ନାରାୟଣ ପାଣିଙ୍କ ନାଁ ନଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ରାଜନୈତିକ ମହଲରେ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି।

ନିର୍ବାହୀ ଅଧିକାରୀଙ୍କ ଠାରୁ ସୂଚନା/ନିମନ୍ତ୍ରଣ ପାଇ ବୈଠକକୁ ଯାଇଥିବା କେତେକ ସାମ୍ବାଦିକଙ୍କୁ ବିଧାୟକ ଉପେକ୍ଷା କରି ତୁମେ ମାନେ ଏଠାରେ ରହିବା କିଛି ଆବଶ୍ୟକ ନାହିଁ, କେବଳ ଫଟୋ ଉଠାଇ ପଳାଇ ଯାଅ ବୋଲି କହିବାରୁ ସାମ୍ବାଦିକ ମାନେ ସ୍ଥାନ ଛାଡି ପଳାଇ ଆସିଥିଲେ।

ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ


 rajesh pande