୨୦ ରେ ବନ୍ଦ ହେବ ଜିଲ୍ଲାର ସମସ୍ତ ଔଷଧ ଦୋକାନ
କେନ୍ଦ୍ରାପଡା ଜିଲ୍ଲା କେମିଷ୍ଟ ଓ ଡ୍ରଗିଷ୍ଟ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କେନ୍ଦ୍ରାପଡା , 08 ମେ (ହି.ସ.)ଜାତୀୟ କେମିଷ୍ଟ ଓ ଡ୍ରଗିଷ୍ଟ ସଂଘର ଆହ୍ୱାନ କ୍ରମେ କେନ୍ଦ୍ରାପଡା ଜିଲ୍ଲା କେମିଷ୍ଟ ଓ ଡ୍ରଗିଷ୍ଟ ସଂଘ ପକ୍ଷରୁ କେନ୍ଦ୍ର ସରକାରଙ୍କର ନୂତନ ନିୟମକୁ ବିରୋଧ କରି ଆସନ୍ତା ମ
୨୦ ରେ ବନ୍ଦ ହେବ ଜିଲ୍ଲାର ସମସ୍ତ ଔଷଧ ଦୋକାନ


କେନ୍ଦ୍ରାପଡା ଜିଲ୍ଲା କେମିଷ୍ଟ ଓ ଡ୍ରଗିଷ୍ଟ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡା , 08 ମେ (ହି.ସ.)ଜାତୀୟ କେମିଷ୍ଟ ଓ ଡ୍ରଗିଷ୍ଟ ସଂଘର ଆହ୍ୱାନ କ୍ରମେ କେନ୍ଦ୍ରାପଡା ଜିଲ୍ଲା କେମିଷ୍ଟ ଓ ଡ୍ରଗିଷ୍ଟ ସଂଘ ପକ୍ଷରୁ କେନ୍ଦ୍ର ସରକାରଙ୍କର ନୂତନ ନିୟମକୁ ବିରୋଧ କରି ଆସନ୍ତା ମଇ ୨୦ ତାରିଖ ଜିଲ୍ଲାର ସମସ୍ତ ଔଷଧ ଦୋକାନ ଗୁଡିକ ବନ୍ଦ ରଖିବାକୁ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ରାପଡା ଜିଲ୍ଲା କେମିଷ୍ଟ ଓ ଡ୍ରଗିଷ୍ଟ ସଂଘ ପକ୍ଷରୁ ଶତାଧିକ ସଭ୍ୟ ଜିଲ୍ଲାପାଳଙ୍କୁ ଭେଟି ଏ ନେଇ ଏକ ଦାବିପତ୍ର ପ୍ରଦାନ କରି ସହଯୋଗ କାମନା କରିଛନ୍ତି । ଏହି ଦାବିଗୁଡିକ ମଧ୍ୟରୁ େଓ÷୍ୟଷଧର ଅନ୍ଲାଇନ୍ ବିକ୍ରୟ ବନ୍ଦ କରିବା, କର୍ପୋରେଟ୍ ସଂସ୍ଥା ଦ୍ୱାରା ଗଭୀର ରିହାତି ବନ୍ଦ କରିବା, ନକଲି େଓ÷୍ୟଷଧକୁ ବଜାରରୁ ଏଡାଇବା ଆଦି ଦାବି ଗୁଡିକ ରହିଛି । ଏହି ଦାବି ପତ୍ର ପ୍ରଦାନ ସମୟରେ କେନ୍ଦ୍ରାପଡା ଜିଲ୍ଲା କେମିଷ୍ଟ ଓ ଡ୍ରଗିଷ୍ଟ ସଂଘର ସଭାପତି ପ୍ରଫୁଲ୍ଲ କୁମାର ସାହୁଙ୍କ ନେତୃତ୍ୱରେ ସଂପାଦକ ଗୋପୀନାଥ ବାରିକଙ୍କ ସମେତ ଭକ୍ତ ଚରଣ ସାହୁ, ତାପସ କୁମାର ପାଢୀ, ରାଜେନ୍ଦ୍ର ସ୍ୱାଇଁ, ଦୁସ୍ମନ୍ତ କୁମାର ଜେନା, ଦିଲ୍ଲୀପ ଦାସ, ବୀରେନ୍ଦ୍ର କୁମାର ଦାସ, ଶୈଳେନ୍ଦ୍ର କୁମାର ପରିଡା, ସତ୍ୟବ୍ରତ ଦାସ, ହୃଷୀକେଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande