
ଜୟପୁର, ୦୮ ମେ (ହି.ସ.) - କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନ୍ତର୍ଗତ ଦୋରାଗୁଡା ଗ୍ରାମର ଏକ ଆଦିବାସୀ କନ୍ଧ ସଂପ୍ରଦାୟର ଯୁବତୀଙ୍କୁ ବିବାହର ପ୍ରଲୋଭନ ଓ ପ୍ରତିଶ୍ରୁତି ଦେଇ ରାମଗିରି କାନ୍ଦୁଲବେଡା ଗ୍ରାମର ଏକ ସାଧାରଣ ବର୍ଗର ଯୁବକ ତାକୁ ତା ୧୭.୦୪.୨୦୨୬ ରାତି ଅଧରେ ଭଗେଇ ନେଇ ଜୟପୁର ନେଇ ଚାଲି ଆସିଲା ଓ ଗୋପବନ୍ଧୁ ନଗରସ୍ଥିତ ଗୁରୁଦ୍ୱାରା ସାମନା ରେ ଏକ ଘରେ ଭଡ଼ାରେ ରଖିଥିଲା । ତା ସହିତ ପ୍ରାୟ ଦଶଦିନ ପର୍ଯ୍ୟନ୍ତ ଲଗାତାର ଯୌନ ସମ୍ଭୋଗ କରି ଚାଲିଥିଲା ଏବଂ ବେଳେବେଳେ ମଦ ପିଇ ମଧ୍ୟ ସମ୍ଭୋଗ କରୁଥିଲା । ଘଟଣା ଅନୁସାରେ ମୁଣ୍ଡାଗୁଡ଼ା ଇଟା ଫେକ୍ଟ୍ରୀ ରେ ଯୁବତୀ ଜଣକ ଦିନ ମଜୁରିଆ ଭାବେ କାମ କରୁଥିଲେ । ସେହି ଠାରେ କାନ୍ଦୁଲବେଡା ରାମଗିରି ର ଗୁପ୍ତ ବିଷୋୟୀ ନାମକ ଏକ ଯୁବକ ସୁପରଭାଇଜର୍ ଭାବେ କାମ କରୁଥିଲେ । ପ୍ରତିଦିନ ଝିଅଟି ସହିତ କଥା ହେଇ ହେଇ ତାକୁ ପ୍ରେମ ଜାଲରେ ଫସେଇ ଦେଲା । ତାପରେ ତାକୁ ପ୍ରସ୍ତାବ ଦେଲା ଯେ ଆମେ ଲୁଚି କରି ଜୟପୁର ପଳେଇ ସେଠି କୋର୍ଟ ମେରେଜ୍ କରିବା । ଝିଅଟି ମଧ୍ୟ ରାଜି ହୋଇଗଲା ଏବଂ ୧୭.୦୪.୨୦୨୬ ରାତି ପ୍ରାୟ ୧୧.୩୦ ରେ ସମସ୍ତେ ଶୋଇବା ପରେ କିଛି ଲୁଗାପଟା ଧରି ଯୁବକ ସହିତ ଜୟପୁର ଆସିଗଲା। କିଛି ଦିନ ପରେ ଷ୍ଟାମ୍ପ ପେପର ଆଣି ଲେଖା ଲେଖି କରି ରେଜିଷ୍ଟ୍ରେସନ ଅଫିସ୍ କୁ ମଧ୍ୟ ନେଇ କରି ଗଲା । କିନ୍ତୁ ତଥ୍ୟ ଅଭାବରୁ ତାହା ସମ୍ଭବ ହୋଇ ପାରିଲା ନାହିଁ । ଝିଅ ଟି ତାକୁ ଯେତେବେଳେ ପଚାରିଲା ଏବେ ମୋର କଣ୍ ହେବ , ସେ କହିଲା ତତେ ମୁଁ ବାହା ହେବାର ନାହିଁ , ଅନେକ ଅଭଦ୍ର ଭାଷାରେ ଜାତି ସୂଚକ ଗାଳି ଦେଇ ଚିକୁ ଚୁପ୍ ରହିବାକୁ ବାଧ୍ୟ କଲା । ଇତି ମଧ୍ୟରେ ଝିଅର ପିତା ମାତା ଙ୍କ ଅଭିଯୋଗ ପରେ ବୈପାରିଗୁଡାର ପୋଲିସ ଉଭୟଙ୍କୁ ମେ' ଏକ ତାରିଖ ଦିନ ଉଦ୍ଧାର କରି ଝିଅକୁ ତା ପିତାମାତାଙ୍କୁ ହସ୍ତାନ୍ତର କରିଛି । ପ୍ରଥମେ ପୋଲିସ ଭୟରୁ ଖସିବା ପାଇଁ ଝିଅକୁ ବିବାହ କରିବା କଥା କହିଲା , ପରେ ରୋକ୍ ଠୋକ୍ ମନା କରିଦେଇ କହିଲା ଯେ ମରିଗଲେ ମଧ୍ୟ ତତେ ବାହା ହେବିନି କାରଣ ତୁ କନ୍ଧ ଜନଜାତିର ମୁଁ ସାଧାରଣ ବର୍ଗର । ଏହି ସମ୍ବନ୍ଧରେ ମହିଳା ଥାନା ରେ ମଧ୍ୟ ଝିଅଟି ଅଭିଯୋଗ ଦାଖଲ କରିଛି । ଆଜି ଉକ୍ତ ଝିଅଟିକୁ ନ୍ୟାୟ ଦେବା ଓ ଦୋଷୀକୁ ଦଣ୍ଡ ଦେବା ପାଇଁ ସିପିଆଇ ପକ୍ଷରୁ ଜୟପୁର ଏସଡିପିଓ ଆଇପିଏସ୍ ଅର୍ଚ୍ଚିତା ମିତଲଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ଏଡଭୋକେଟ ରାଜକୁମାରୀ ମହାନ୍ତି, ସିପିଆଇ ରାଜ୍ୟ କାର୍ଯ୍ୟକାରି କମିଟି ସଭ୍ୟ ପ୍ରମୋଦ କୁମାର ମହାନ୍ତି, ବରିଷ୍ଠ ସିପିଆଇ ନେତା ଯୁଧିଷ୍ଠିର ରାଉଳ ପ୍ରମୁଖ ଉପସ୍ଥିତ ଥିଲେ। ଏସଡିପିଓ ମହୋଦୟା ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି