
କେନ୍ଦ୍ରାପଡା , 08 ମେ (ହି.ସ.) କେନ୍ଦ୍ରାପଡ଼ା ବ୍ଲକ ସେବା ନିବୃତ୍ତ ଶିକ୍ଷକ ସଙ୍ଘ ତରଫରୁ ଦିଆଯାଇଥିବା ଧାରଣା ଓ ଅନଶନ ସ୍ଥଗିତ କରାଯାଇଛି । ସଙ୍ଘ ସଭାପତି ଭାସ୍କର ଦାଶଙ୍କ ଦ୍ୱାରା ପୂର୍ବରୁ ନୋଟିସ ଅନୁସାରେ ଆଜି ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ୟାଳୟ ସମ୍ମୁଖରେ ପଚାଶରୁ ଅଧିକ ସେବା ନିବୃତ୍ତ ଶିକ୍ଷକ ଶିକ୍ଷିକା ସହ କାର୍ୟ୍ୟରତ ଶିକ୍ଷକ ଧାରଣାରେ ବସିଥିଲେ ।୨୦୦୦ ମସିହା ଠାରୁ ୨୦୦୯ ମସିହା ପର୍ୟ୍ୟନ୍ତ ଶିକ୍ଷକ ମାନଙ୍କ ଜି. ପି. ଏଫ. ଅର୍ଥ ସେମାନଙ୍କ ଆକାଉଣ୍ଟରେ ଜମା ହୋଇନଥିବାରୁ ଧାରଣା ଦିଆଯାଇଥିଲା ଜ୍ଝଧାରଣା ସ୍ଥଳରେ ମଣ୍ଡଳ ଶିକ୍ଷା ଅଧିକାରୀ ନାରାୟଣ ପ୍ରସାଦ ମନ୍ତ୍ରୀ ଉପସ୍ଥିତ ହୋଇ ଶିକ୍ଷକ ସଙ୍ଘ ସହିତ ଆଲୋଚନା କରିଥିଲେ । ଏହି କାର୍ୟ୍ୟକୁ ତ୍ୱରାନ୍ୱିତ କରି ଭବିଷ୍ୟନିଧି ଅର୍ଥ ଉପଯୁକ୍ତ ଶିକ୍ଷକ ମାନଙ୍କ ଆକାଉଣ୍ଟରେ ଜମା ହେବା ପାଇଁ ପ୍ରତିଶୃତି ଦେଇଥିଲେ । ମଣ୍ଡଳ ଶିକ୍ଷା କାର୍ୟ୍ୟାଳୟରେ ଆବଶ୍ୟକ କାର୍ୟ୍ୟକୁ ଆସନ୍ତା ୩୧ ତାରିଖ ମଧ୍ୟରେ ସମାପ୍ତ କରିବାକୁ ପ୍ରତିଶୃତି ଦେଇଥିଲେ ଜ୍ଝସେବା ନିବୃତ୍ତ ଶିକ୍ଷକମାନଙ୍କ ତରଫରୁ ଭ୍ରମର ରାଉତ, ଉପଦେଷ୍ଟା କାଶୀନାଥ ରାଉତରାୟ, ସୁରେଶ ଚନ୍ଦ୍ର ପଟ୍ଟନାୟକ, ସସ୍ମିତା ପଣ୍ଡା, ବାସ୍କର ଦାସ, ଶୈଳବାଳା ସାମଲ, ମନସୁର ଅଲ୍ଲୀ, ରାଜ କିଶୋର ବିଶ୍ୱାଳ, କମଳାକାନ୍ତ ସ୍ୱଇଁ, ରାଜକିଶୋର ବିଶ୍ୱାଳ, ସାରଦା ପ୍ରସାଦ ପରିଡା, ପ୍ରଶାନ୍ତ କୁମାର ମହାକୁଳ, କେଶବ ବିଶ୍ୱାଳ ପ୍ରମୁଖ ନେତୃତ୍ୱ ନେଉଥିବା ବେଳେ ମାନଭଞ୍ଜନ ପ୍ରଧାନ, ଅଶୋକ କୁମାର ସାହୁ ସହଯୋଗ କରିଥିଲେ ଜ୍ଝଶେଷରେ ଓଲଷ୍ଟା ବ୍ଲକ ସଭାପତି ରାଜେନ୍ଦ୍ର ପ୍ରସାଦ ରାଉତ ଧନ୍ୟବାଦ ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି