ସ୍ମାର୍ଟ ଭିଲେଜ୍ କୁସୁନପୁର ଚାଷୀମାନଙ୍କର ରାସ୍ତା ଅବରୋଧ
କେନ୍ଦ୍ରାପଡା , 08 ମେ (ହି.ସ.)କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ଚାନ୍ଦି ବାଉଁଶମୂଳ ପଂଚାୟତ ରାଜ୍ୟ ସରକାରଙ୍କ ଦ୍ୱାରା ଏକମାତ୍ର ରାଜସ୍ୱ ଗ୍ରାମ ରୂପେ ଚିହ୍ନଟ ହୋଇଥିବା କୁସୁନପୁର ସ୍ମାର୍ଟ ଭିଲେଜ୍ ଗ୍ରାମବାସୀଙ୍କ ଶ୍ମଶାନ ଓ ଚାଷଜମି ଯିବା ଆସିବା ରାସ୍ତାକୁ ସ୍ଥାନୀୟ ଅଂଚଳର ଜଣେ ପ୍ରଭ
ସ୍ମାର୍ଟ ଭିଲେଜ୍ କୁସୁନପୁର ଚାଷୀମାନଙ୍କର ରାସ୍ତା ଅବରୋଧ ।


କେନ୍ଦ୍ରାପଡା , 08 ମେ (ହି.ସ.)କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ଚାନ୍ଦି ବାଉଁଶମୂଳ ପଂଚାୟତ ରାଜ୍ୟ ସରକାରଙ୍କ ଦ୍ୱାରା ଏକମାତ୍ର ରାଜସ୍ୱ ଗ୍ରାମ ରୂପେ ଚିହ୍ନଟ ହୋଇଥିବା କୁସୁନପୁର ସ୍ମାର୍ଟ ଭିଲେଜ୍ ଗ୍ରାମବାସୀଙ୍କ ଶ୍ମଶାନ ଓ ଚାଷଜମି ଯିବା ଆସିବା ରାସ୍ତାକୁ ସ୍ଥାନୀୟ ଅଂଚଳର ଜଣେ ପ୍ରଭାବଶାଳୀ ବ୍ୟକ୍ତି ଚଂଚକତା କରି ସରକାରୀ ଜାଗାକୁ ନିଜ ନାମରେ କରି ବାଡବନ୍ଦୀ କରିଛନ୍ତି । ଦୀର୍ଘ ବର୍ଷ ହେଲା ସେହି ବାଟ ଦେଇ ଗ୍ରାମବାସୀମାନେ ଯାତାୟତ କରୁଥିଲେ । ଜିଲ୍ଲାପାଳ ମଧ୍ୟ ଉକ୍ତ ସ୍ମାର୍ଟ ଭିଲେଜ୍କୁ ଅନେକଥର ଯାତାୟତ କରିଛନ୍ତି । ସ୍ମାର୍ଟ ଭିଲେଜ୍ର ମାନ୍ୟତା ମିଳିବାପରେ କୁସୁନପୁରର ଖାତା ନଂ- ୧୨୫ (ରକ୍ଷିତ), ପ୍ଲଟ ନଂ - ୧୮୬ ଓ ୧୮୭ କିସମ ପାଣି ନାଳ ଓ ଖାତା ନଂ-୧୯୯/୦୫ ଓ ପ୍ଲଟ ନଂ-୧୮୬/୩୩୮, ୧୮୭/୩୪୩ ରାଜସ୍ୱ ଏକରେ ଏ୦.୦୨ କିସମ ଘରବାରୀ ପ୍ରଜାର ନାମକୁ ସରକାରୀ ଜାଗାକୁ ନାମ ପରିବର୍ତ୍ତନ କରି ଏହି ପ୍ରଭାବଶାଳୀ ବ୍ୟକ୍ତି ଜଣକ ନିଜ ନାମରେ କରିଥିବାରୁ ଗ୍ରାମର ଶତାଧିକ ବ୍ୟକ୍ତି ସରପଂଚ ଚିତ୍ତରଂଜନ ପଣ୍ଡାଙ୍କ ସମେତ ସମିତି ସଭ୍ୟ ସସ୍ମିତା ସ୍ୱାଇଁ ଓ ବିଷ୍ଣୁ ଚରଣ ପ୍ରଧାନ, ଗଗନ ପାଢି, ଶ୍ରୀଧର ପ୍ରସାଦ ରାଉତ, ନରିହରି ପରିଡା, ପ୍ରଭାତ ରାଉତ, ସରୋଜକାନ୍ତ ରାଉତ, ଲକ୍ଷ୍ମୀପ୍ରିୟା ପାତ୍ର, ଚିରରଂଜନ ପରିଡାଙ୍କ ସମେତ ଶତାଧିକ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଭେଟି ଚଂଚକତା କରି ହାତେଇଥିବା ଜମିକୁ ବାତିଲ୍ କରି ସରକାରୀ ନାମରେ ନାମିତ କରିବା ପାଇଁ ଦାବି କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande